ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଲାଲୁଙ୍କ ପରିବାରର ବିବାଦ ଏବେ ଯିବ ସୁପ୍ରିମକୋର୍ଟ ! ତେଜପ୍ରତାଙ୍କ ଚେତାବନୀ, ତୁମେ ଆରମ୍ଭ କରିଥିଲ ଏବେ ମୁଁ...

Published By : Harapriya Biswal | June 19, 2025 7:43 PM

ପାଟନା,୧୯।୬: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କିଛି ଦିନ ପୂର୍ବରୁ ତାଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ପରିବାରରୁ ମଧ୍ୟ ବହିଷ୍କାର କରାଯାଇଥିଲା। ଏହା ଭିତରେ ତେଜ ପ୍ରତାପ ଯାଦବ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ଗୁରୁବାର  ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ସିଧାସଳଖ ଚେତାବନୀ ଦେଇଛନ୍ତି।

ତେଜ ପ୍ରତାପ  ତାଙ୍କ ପୋଷ୍ଟରେ ଲେଖିଛନ୍ତି, " ମୋର ନୀରବତାକୁ ମୋର ଦୁର୍ବଳତା ବୋଲି ଯେଉଁମାନେ ଭାବିବାର ଭୁଲ କରନ୍ତି, ସେମାନେ ଭାବନ୍ତୁ ନାହିଁ ଯେ ମୁଁ ତୁମର ଷଡ଼ଯନ୍ତ୍ର ବିଷୟରେ ଜାଣିନାହିଁ, ତୁମେ ଏହାକୁ ଆରମ୍ଭ କରିଛ ଏବଂ ମୁଁ ଏହାକୁ ଶେଷ କରିବି। ମୁଁ ମିଛ ଏବଂ ଛଳନା ଦ୍ୱାରା ସୃଷ୍ଟି ହୋଇଥିବା ଏହି ଚକ୍ରବ୍ୟୁହକୁ ଭାଙ୍ଗିବାକୁ ଯାଉଛି। ପ୍ରସ୍ତୁତ ରୁହ। ସତ୍ୟ ବାହାରକୁ ଆସିବାକୁ ଯାଉଛି। ମୋର ଭୂମିକା ମୋର ପ୍ରିୟ ଜନସାଧାରଣ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ  ଦ୍ୱାରା ନିର୍ଣ୍ଣୟ କରାଯିବ, କୌଣସି ଦଳ କିମ୍ବା ପରିବାର ଦ୍ୱାରା ନୁହେଁ।" 

ତେଜ ପ୍ରତାପ ଯାଦବ X ରେ କରିଥିବା ପୋଷ୍ଟ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ, ତେଜ ପ୍ରତାପ ଯାଦବ ଧଳା କୁର୍ତ୍ତା ପିନ୍ଧିଥିବା ଦେଖାଯାଇଛି। ତାଙ୍କ ମୁଣ୍ଡରେ ସବୁଜ ଟୋପି ଅଛି ଏବଂ ସେ ଠିଆ ହୋଇ ତାଙ୍କ ପିତା ଲାଲୁ ଯାଦବଙ୍କ ଫଟୋ ଦେଖୁଛନ୍ତି। ତେଜପ୍ରତାପଙ୍କ ଏହି ପୋଷ୍ଟ ଉପରେ ବହୁ ୟୁଜର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏପରିକି କେହି କେହି ଏହାକୁ ନିଜର ପାରିବାରିକ ଘଟଣା। ତାକୁ କୋର୍ଟକୁ ନନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.