ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମା’ଘରୁ ଫେରୁଥିଲେ, ଅଧାବାଟରେ ଚାଲିଗଲା ଜୀବନ

Published By : Gurupada Nath | June 18, 2025 11:21 PM

ନୂଆପଡ଼ା,୧୮/୬ : ମା’ଘରୁ ସ୍ବାମୀ ଓ ଦୁଇ ପିଲା ସହ ଶ୍ଵଶୁର ଘରକୁ ଫେରୁଥିଲେ । ଅଧାବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ । ମୃତ ମହିଳା ସାହିପଲାର ଚନ୍ଦ୍ରଲତା ସାହୁ(୨୯)। ଏମିତି ଏକ ଦୁର୍ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଜୋଙ୍ଗ ଥାନା ମୁଣ୍ଡାଗାଁ ଛକରେ ।

ଗତ କିଛି ଦିନ ତଳେ ନୂଆପଡ଼ା ଥାନା ସାହିପଲା ଗାଁର ରାଜେଶ ସାହୁ ନିଜ ସ୍ତ୍ରୀ ଚନ୍ଦ୍ରଲତା ଓ ଦୁଇ ପୁଅ ସହ ଜୋଙ୍କ ଥାନା ଜେଞ୍ଜରା ଗାଁର ଶ୍ବଶୁର ଘରକୁ ଯାଇଥିଲେ । ଆଜି ମଧ୍ୟାହ୍ନରେ ରାଜେଶ, ସ୍ତ୍ରୀ ଚନ୍ଦ୍ରଲତା ଓ ଦୁଇ ପୁଅ ଏକ ବାଇକରେ ସାହିପଲାକୁ ଫେରୁଥିଲେ । ଜୋଙ୍କ ଥାନା ଖରିଆରରୋଡ଼ ସହରର ମୁଣ୍ଡାଗାଁ ଛକ ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇଥିଲା । ସେଠି ବାଇକ୍ ଭାରସାମ୍ୟ ହରାଇ ଝୁଲି ଯିବାରୁ ସାନପୁଅକୁ ବଞ୍ଚାଇବା ପାଇଁ ମା’ ଚନ୍ଦ୍ରଲତା ତଳେ ପଡ଼ି ଯାଇଥିଲେ । ଏଥିରେ ଚନ୍ଦ୍ରଲତା ଗୁରୁତର ହୋଇଥିଲେ । କିନ୍ତୁ ସ୍ବାମୀ ରାଜେଶ ଓ ଦୁଇ ପୁଅଙ୍କୁ କୌଣସି ଆଘାତ ଲାଗି ନ‌ ଥିଲା । ସ୍ଥାନୀୟ ଲୋକେ ଚନ୍ଦ୍ରଲତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚନ୍ଦ୍ରଲତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅପରାହ୍ନରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ମା’ଘରୁ ଶ୍ବଶୁର ଘରକୁ ଫେରିବା ବାଟରେ ମହିଳାଙ୍କ ଜୀବନ ଚାଲି ଯାଇଛି । ଏବେ ଦୁଇ ପୁଅ ମା ଛେଉଣ୍ଡ ହୋଇଛନ୍ତି । ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.