ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରେଳ ଷ୍ଟେସନରେ ଅଟକି ଗଲା ଲିଫ୍ଟ, ଡେଇଁ ପଡ଼ିଲେ ଦିବ୍ୟାଙ୍ଗ

Published By : Gurupada Nath | June 21, 2025 6:12 PM

ଭଦ୍ରକ,୨୧/୬ : ଷ୍ଟେସନର ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଲିଫ୍ଟରେ ଯାଉଥିବାବେଳେ ଅଧାରେ ଅଟକି ଗଲା ଲିଫ୍ଟ । ପରେ ରିପାରିଂ ଚାମ୍ବର୍ ଖୋଲି ଡେଇଁ ପଡ଼ିଲେ ଦିବ୍ୟାଙ୍ଗ ଯୁବକ । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଭଦ୍ରକ ରେଳ ଷ୍ଟେସନର ୩ ଓ ୪ନମ୍ୱର ପ୍ଲାଟଫର୍ମରେ ଘଟିଛି ଏଭଳି ଅଘଟଣ । 

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁର, ପୁରୁଣା ବଜାର ଅଞ୍ଚଳର ସୁକୁମାର ସିଂ ଟ୍ରେନରେ ଭିକ୍ଷା ବୃତ୍ତି କରି ଚଳନ୍ତି । ସେ ଆଜି ଭଦ୍ରକ ଷ୍ଟେସନରେ ଓହ୍ଲାଇ ଅନ୍ୟ ପ୍ଲାଟଫର୍ମକୁ ଲିଫ୍ଟରେ ଯାଇଥିଲେ । ଲିଫ୍ଟ କିଛି ଦୂରରେ ଅଟକି ଯିବାରୁ ଦିବ୍ୟାଙ୍ଗ ଜଣଙ୍କ ଲିଫ୍ଟର ରିପାରିଂ ଚାମ୍ବର ଖୋଲି ଡେଇଁ ପଡ଼ିଥିଲେ । ତେବେ ଲିଫ୍ଟଟି ସେହି ସ୍ଥାନରେ ରହିଥିବାବେଳେ ତଳେ ବହୁ ସମୟ ଧରି ପଡ଼ି ରହିଥିଲେ । ଏହି ଘଟଣାକୁ ନେଇ ଆରପିଏଫ ଖବର ପାଇବା ପରେ ଯୁବକଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ରେଳବାଇ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନ ଥିବାବେଳେ ଲିଫ୍ଟଟି ଖରାପ ଥିବାରୁ ବ୍ୟବହାର କରାଯାଉଥିଲା ବୋଲି ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.