ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଗୋଡ଼ିଶୁଳ ତାରିଣୀ ମନ୍ଦିରରୁ ଲୁଟ୍ ; ଜଙ୍ଗଲରୁ ଠାବ ହେଲା ଚୋରୀ ଦାନ ହୁଣ୍ଡି

Published By : Gurupada Nath | June 19, 2025 7:48 PM

ନୀଳଗିରି,୧୯/୬ : ନୀଳଗିରି ଥାନା ଅଧିନ ଗୋଡ଼ିଶୁଳ ଛକ ତାରିଣୀ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ସୂଚନା ଅନୁସାରେ ଗୁରୁବାର ସକାଳେ ସ୍ଥାନୀୟ ଲୋକେ ତାରିଣୀ ମନ୍ଦିରରୁ ଲୁଟ୍ ହୋଇଥିବା ଖବର ଜାଣିବାକୁ ପାଇଥିଲେ। ତେବେ ମା’ଙ୍କଠାରେ ଲାଗି ହୋଇଥିବା ଅଳଙ୍କାର, ଦାନ ହୁଣ୍ଡି ଆଦି ଚୋରୀ ହୋଇଥିବା ଜଣାପଡ଼ିଛି । ତେବେ ମନ୍ଦିରରୁ ଚୋରୀ ହୋଇଥିବା ଦାନ ବାକ୍ସଟି ଭାଲୁକାଶୁଣି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଛି। 

ସବୁଠାରୁ ବଡ଼ କଥା ନୀଳଗିରି ଅଞ୍ଚଳରେ କିଛି ଦିନ ବ୍ୟବଧାନରେ ଦିନକୁ ଦିନ ବିଭିନ୍ନ ମନ୍ଦିର ଗୁଡ଼ିକୁ ଟାର୍ଗେଟ କରି ଲୁଟ୍ କରୁଛନ୍ତି ଲୁଟେରା ଯାହା ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଘୋର ଆଘାତ ଦେଉଛି । ତେବେ ଘଟଣାର ଅଧିକ ତଦନ୍ତ କରୁଛି ନୀଳଗିରି ପୋଲିସ୍ । ସୂଚନା ଅନୁସାରେ କିଛି ମାସ ପୂର୍ବରୁ ନୀଳଗିରି ଥାନା ଅଧିନ ପୋଡ଼ାଶୁଳ ଛକଠାରେ ମା’ଶ୍ୟାମାକାଳୀ ମନ୍ଦିର, ଚତର ଗ୍ରାମରେ ଥିବା ଶନି ମନ୍ଦିରରୁ ଠିକ୍ ସମାନ ଢଙ୍ଗରେ ଅଳଙ୍କାର ସମେତ ଦାନ ହୁଣ୍ଡି ଲୁଟି ନେଇଥିଲେ ଦୁବୃର୍ତ୍ତ । ସେହିପରି ଟାଙ୍ଗଣା ଗ୍ରାମର ବିଶ୍ୱନାଥ ବୁଗୁଡାଈଙ୍କ ଘରେ ଗତକାଲି ମଧ୍ୟରାତ୍ରରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍ କରି ନେଇଥିବା ଜଣାପଡ଼ିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.