ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ; କାଶୀପୁର ସମାବେଶରେ ହୋଇଥାନ୍ତେ ସାମିଲ

Published By : Anindita Ratha | June 5, 2025 8:37 AM

ରାୟଗଡା,୦୫/୦୬: ବିଶିଷ୍ଟ ପରିବେଶବିତ୍ ତଥା ନର୍ମଦା ବଞ୍ଚାଓ ଅଭିଯାନ ମୁଖ୍ୟ ପୁରଧା ମେଧା ପାଟେକର ଅଟକ। ରାୟଗଡ଼ା ପୁଲିସ୍ ତାଙ୍କୁ  ଏକ ନିର୍ଜନ ରାସ୍ତାରେ ଅଟକ ରଖି ବୁଝାସୁଝା କରୁଛି ।

ସୂଚନା ମୁତାବକ, ମେଧା ପାଟେକର ଗୁରୁବାର ରାୟଗଡ଼ା ଜିଲ୍ଲା କାଶୀପୁର ବ୍କକର ସୁଙ୍ଗେର ହାଟପଦାରେ ବିଶ୍ବ ପରିବେଶ ଦିବସ ପାଳନ ହେଉଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ ଯୋଗ ଦେଇଥାନ୍ତେ । ହେଲେ ସଭାସ୍ଥଳକୁ ଯିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ନେଇଛି। ରାୟଗଡ଼ା ପୁଲିସ ମେଧା ପାଟେକରଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ସେଠାରେ ସଭାକୁ ନଯିବାକୁ ବୁଝାସୁଝା କରୁଛି। 

କାଶୀପୁର ବ୍ଲକର ସିଜିମାଳି ଖଣି ଖନନକୁ ବିରୋଧ କରି ଉକ୍ତ ଅଞ୍ଚଳର ଲୋକେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ପୂର୍ବରୁ ଅନେକ ଥର ଖଣି ଖନନକୁ ନେଇ ଉକ୍ତ ସ୍ଥାନରେ ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଆଦିବାସୀଙ୍କୁ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ ମଧ୍ୟ କରିଛି। ତେବେ ଆଜି ବିଶ୍ବ ପରିବେଶ ଦିବସ ଅବସରରେ ସୁଙ୍ଗେର ହାଟପଦାରେ ମା' ମାଟିମାଳି ସୁରକ୍ଷା କମିଟି ପକ୍ଷରୁ ବିଶାଳ ସମାବେଶ ଆୟୋଜନ ହେବାର ଥିଲା । ଏହି କାର୍ଯ୍ୟକ୍ରମରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ସମନ୍ବୟ ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେଇଥାନ୍ତେ । ଅନ୍ୟପଟେ ମେଧା ପାଟେକରଙ୍କ ଅକଟକୁ ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.