ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା, ମଣ୍ଡି ପରିଦର୍ଶନ କଲା ବିଜେଡି ପ୍ରତିନିଧି ଦଳ

Published By : Rasmita Pradhan | June 17, 2025 3:09 PM

ନୂଆପଡ଼ା, ୧୭/୬ : ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହରେ ଅବ୍ୟବସ୍ଥା ଦେଖା ଦେଇଛି । ଏହାକୁ ନେଇ ବିଜେଡି ପ୍ରତିନିଧି ଦଳ ମଣ୍ଡି ପରିଦର୍ଶନ କରିଛନ୍ତି।

ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି ରହିଛି । ଏବେ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୫୦ ହଜାରରୁ ଅଧିକ ବସ୍ତା ଧାନ ପଡିରହିଛି। ଗତ ଦୁଇ ଦିନ ହେବ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଚାଷୀ ଆତଙ୍କିତ ହୋଇ ପଡିଛନ୍ତି । ଏହାକୁ ନେଇ ନୂଆପଡ଼ା ବିଧାୟକ ପ୍ରତିନିଧି ଜୟ ଢୋଲକିଆ ଓ ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଣ୍ଡି ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ଆଜି କୋମନା ବ୍ଳକର କୁରେଶ୍ବର, ତରବୋଡ଼, ନୂଆପଡ଼ା ବ୍ଲକର ପଞ୍ଚମପୁର, ମୋଟା ନୂଆପଡ଼ା ଓ ସାରାବଙ୍ଗ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ବିଜେଡି ରାଜ୍ୟ ସମ୍ପାଦକ ରାଜେଶ ନିଗମ, ଜିଲ୍ଲା ସାଧାରଣ ସମ୍ପାଦକ କାଳିଆ ପ୍ରଧାନ, ଉପସଭାପତି ଧନୀରାମ ସାହୁ, ପ୍ରମୋଦ ସାହୁ, ଜିଲ୍ଲା ସମ୍ପାଦକ ରବି ବାଗ, ବରିଷ୍ଠ ନେତା ଗଦାଧର ଗହୀର, ଚୁରନସିଂ ମାଝି, ଯୁବନେତା ଅଜୟ ଗହୀର ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.