ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଓଡିଶା କ୍ରିକେଟ ଆସୋସିଏସନରେ ବନ୍ଦ ହୋଇଯିବ କାଉଣ୍ଟର ଟିକଟ ବିକ୍ରି !

Published By : Gurupada Nath | June 18, 2025 11:29 PM

କଟକ,୧୮/୬ : ଚଳିତ ବର୍ଷ ଡିସେମ୍ବର ୯ବାରବାଟୀ ଭାରତ ଦକ୍ଷିଣ ଆଫ୍ରିକା ଟି ୨୦ ଲଢେଇ ସମୟରେ ଅଫଲାଇନ ଜାଗାରେ ଅନଲାଇନ ଉପରେ ଫୋକସ ଦେବ ଓସିଏ । ଏ ନେଇ ପ୍ରସ୍ତୁତ ହେଲାଣି ଓଡିଶା କ୍ରିକେଟ ସଂଘ । କାହିଁକି ନା ଅନ୍ୟ ରାଜ୍ୟ କ୍ରିକେଟ ସଂଘମାନେ ଅନଲାଇନ ଟିକେଟ ବିକ୍ରି କରୁଛନ୍ତି । ତେବେ ଏହି ସଂକ୍ରାନ୍ତରେ ଓସିଏରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । 

ସମସ୍ତ କମିଟି ସଦସ୍ୟଙ୍କ ମତ ଅନୁସାରେ ସ୍ଥିର କରାଯିବ ଅନଲାଇନ ନାଁ ଅଫଲାଇନରେ ବିକ୍ରି ହେବ ଟିକେଟ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେବେ କ୍ରାଉଡ଼ କଣ୍ଟ୍ରୋଲକୁ ଆଖି ଆଗରେ ରଖି ଓସିଏ ଏହି ନିଷ୍ପତ୍ତି ନେଇପାରେ ବୋଲି ଆଲୋଚନା ତୀବ୍ରତର ହୋଇଛି। ଅନ୍ୟପଟେ ସିରିଜର ପ୍ରଥମ ଟି ୨୦ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ ବାରବାଟୀରେ ଖେଳାଯିବ । ଏ ନେଇ ବିସିସିଆଇ ପକ୍ଷରୁ କ୍ରୀଡାସୂଚୀ ଚୂଡାନ୍ତ ହେଲା ପରେ ଓସିଏରେ ପ୍ରସ୍ତୁତି ଏକପ୍ରକାର ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.