ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସାପ କାମୁଡ଼ାରେ ବୃଦ୍ଧାଙ୍କ ମୃତ୍ୟୁ

Published By : Gurupada Nath | June 21, 2025 5:48 PM

କୁତ୍ରା,୨୧/୬ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରତୋଲା ଗ୍ରାମରେ ସାପ କାମୁଡ଼ାରେ ଜନୈକ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ହେଲେ ହେମବତି ବାଙ୍କରା (୭୩) । ପ୍ରକାଶ ଯେ, ଗତ କାଲି ରାତିରେ ହେମବତି ରାତ୍ରୀ ଭୋଜନ କରି ଶୋଇଥିଲେ। ହେଲେ ଆଜି ସକାଳେ ବିଳମ୍ବିତ ପର୍ଯ୍ୟନ୍ତ ନ ଉଠିବାରୁ ପରିବାର ଲୋକେ ଉଠିବା ପରେ ମଧ୍ୟ ସେ ଉଠିନଥିଲେ। ତାଙ୍କୁ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଏପରିକି ଘର ଅଗଣାରେ ଏକ ଚିତି ସାପ ଦେଖାଯାଇଥିବା ନେଇ ହେମବତିଙ୍କ ପୁଅ କହିଛନ୍ତି। ଡାକ୍ତର ମଧ୍ୟ ତାଙ୍କର ମୃତ୍ୟୁ ସାପ କାମୁଡ଼ାରେ ହୋଇଥିବା ସନ୍ଦେହ ପ୍ରକାଶ କରିବା ସହ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ଏ ନେଇ କୁତ୍ରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.