ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି , ବରପୁତ୍ର ସ୍ବର୍ଗତ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜନ୍ମସ୍ଥାନକୁ ସ୍ମାରକୀ ଘୋଷଣା କଲେ ରାଜ୍ୟ ସରକାର

Published By : Gurupada Nath | June 20, 2025 8:56 PM

ଖଲ୍ଲିକୋଟ, ୨୦/୬ : ଓଡ଼ିଶା ସରକାରଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ଵର ଜନତା ମଇଦାନରେ ଏକ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜନ କରାଯାଇଛି l ଏହି ଉତ୍ସବରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ଜନତାଙ୍କୁ ସମ୍ବୋଧିତ କରିଛନ୍ତି l ଏହି ଅବସରରେ ଓଡ଼ିଶାର ବରପୁତ୍ର ଓ ସ୍ବନାମଧନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମୁଚିତ ସମ୍ମାନ ପ୍ରଦାନ ଉଦ୍ଦେଶ୍ୟରେ ସେମାନଙ୍କ ଜନ୍ମସ୍ଥାନକୁ ସ୍ମାରକୀ ଘୋଷଣା ପୂର୍ବକ ରୂପାନ୍ତରଣ କରାଯିବା ନେଇ ଘୋଷଣା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ।

ଆଜି ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଆ ଜାତୀୟ ଆନ୍ଦୋଳନର କୀର୍ତ୍ତିମାନ୍ ବରପୁତ୍ର ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜନ୍ମସ୍ଥାନକୁ ଆଭାସୀ ମାଧ୍ୟମରେ ସ୍ମାରକୀ ଘୋଷଣା ସହ ରୂପାନ୍ତରଣ କରିବା ପାଇଁ ଘୋଷଣା କରିଛନ୍ତି ସରକାର। ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ୧୯୦୨ ମସିହାରେ ରମ୍ଭା ପ୍ୟାଲେସରେ ଉତ୍କଳ ସମ୍ମିଳନୀର ମୂଳଦୁଆ ପକାଇଥିଲେ। ୧୯୩୬ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମାନ କ୍ଷେତ୍ରରେ ରାଜା ବାହାଦୁରଙ୍କ ଅବଦାନ ଅତୁଳନୀୟ। ସେ ମନ୍ତ୍ରୀ ଥିବା ସମୟରେ ବହୁ ସ୍ଥାନକୁ ଯିବା ପାଇଁ ବିଭିନ୍ନ ସେତୁ ନିର୍ମାଣ କରିଥିଲେ।

ସେଥିପାଇଁ ତାଙ୍କୁ ବ୍ରିଜ ରାଜା ବୋଲି ମଧ୍ୟ ଅଭିହିତ କରାଯାଉଥିଲା। ବହୁ ବିଳମ୍ବରେ ହେଲେ ମଧ୍ୟ ଏଭଳି ପ୍ରଜା ମଙ୍ଗଳ କାରି ରାଜାଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସମ୍ମାନ ପ୍ରଦାନ କରିଥିବାରୁ ଖଲ୍ଲିକୋଟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ରାଜ ପରିବାରର ଉତ୍ତରାଧିକାରୀ ଡାକ୍ତର ସାକେତ ରାମାରାଓ ଓ ତାଙ୍କ ଧର୍ମପତ୍ନୀ ଡାକ୍ତର ପବିତ୍ରା ଦେବି, ରାଜା ରାମଚନ୍ଦ୍ରଙ୍କ ଭଣଜା ପ୍ରଦ୍ୟୁତ ଚନ୍ଦ୍ର ଦେବ ଓ ତାଙ୍କ ପୁତ୍ର ପୁର୍ଣ୍ଣେନ୍ଦୁ ଚନ୍ଦ୍ର ଦେବ, ଭାଣିଜୀ ପ୍ରାଣବି ଦେବୀ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା କୁମାରୀ ଦାସ, ଉପାଧ୍ୟକ୍ଷ ଭାରତୀ ମହାରଣାଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.