ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପ୍ରମେୟ ପ୍ରଭାବ : ଜୁରାବନ୍ଧ ପଞ୍ଚାୟତରେ ମହାଦୁର୍ନୀତିର ତଦନ୍ତ ଆରମ୍ଭ

Published By : Rasmita Pradhan | June 19, 2025 2:05 PM

ସଇଁତଳା, ୧୯/୦୬ : ପ୍ରମେୟ ପ୍ରଭାବ। ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଜୁରାବନ୍ଧ ପଞ୍ଚାୟତରେ ଉନ୍ନୟନ କାମରେ ଦୁର୍ନୀତି ପ୍ରସଙ୍ଗରେ ତଦନ୍ତ ଆରମ୍ଭ। ଏନେଇ ପ୍ରମେୟରେ ଲଗାତାର ଖବର ପ୍ରକାଶ ପାଇବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ସଇଁତଳା ବିଡିଓ ପୁରୁଷୋତ୍ତମ ମିର୍ଦ୍ଧା ଓ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରାଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯାଳୟ ଠାରେ ପଞ୍ଚାୟତ କର୍ତୃପକ୍ଷ ଓ ଅଭିଯୋଗକାରୀଙ୍କ ଉପସ୍ଥିତରେ ବିଭିନ୍ନ ଫାଇଲର ଯାଞ୍ଚ କରାଯାଉଛି।

ପ୍ରକାଶ ଥାଉକି, ୨୦୨୨, ୨୩, ଓ ୨୪ ଆର୍ଥିକ ବର୍ଷରେ ଜୁରାବନ୍ଧ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମ ପାଇଁ ଆସିଥିବା ଅନୁଦାନକୁ କାର୍ଯ୍ୟ ନକରି ନକଲି ଜିଏସଟି ବିଲ୍ ସଂଲଗ୍ନ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ସରପଞ୍ଚ କରିଶ୍ମା ନନ୍ଦ ଓ ତାଙ୍କ ବାପା ନରେନ୍ଦ୍ର ନନ୍ଦ ବିଭିନ୍ନ କାର୍ଯ୍ୟରେ ଇଟା, ବାଲି, ଗେଟି ଇତ୍ୟାଦି ଯୋଗାଣ କରିଥିବା ଦର୍ଶାଇ ୪୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ନରେନ୍ଦ୍ର ନନ୍ଦଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ସୂଚନା ଅଧିକାର ଆଇନ ବଳରେ ନରେନ୍ଦ୍ର ନନ୍ଦଙ୍କ ନାଁରେ କୌଣସି ଭେଣ୍ଡର ଲାଇସେନ୍ସ ନଥିବା ଏବଂ ଫାଇଲରେ ଦିଆଯାଇଥିବା ବିଲ୍ ରସିଦ୍ ନକଲି ବୋଲି କଟାବାଞ୍ଜି ଜିଏସଟି ସର୍କଲ କାର୍ଯ୍ୟାଳୟରୁ ଜଣାପଡ଼ିଥିଲା। 


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.