ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସାଲେପାଲି ପ୍ରସ୍ତାବିତ ଗ୍ରାଫାଇଟ୍ ମାଇନ୍ସକୁ ନେଇ ବଢ଼ୁଛି ଜନ ଅସନ୍ତୋଷ; ଆସନ୍ତାକାଲି ଆନ୍ଦୋଳନ ଡାକରା

Published By : Manash Sahoo | June 22, 2025 3:44 PM

ବଲାଙ୍ଗିର ୨୨/୦୬: ପାଟଣାଗଡ ପ୍ରସ୍ତାବିତ ସାଲେପାଲି ଗ୍ରାଫାଇଟ୍ ମାଇନ୍ସ ବିରୋଧ କରି ଜନ ଅସନ୍ତୋଷ ଦେଖା ଦେଇଛି । ସ୍ଥାନୀୟ ଅଞ୍ଚଳର ଲୋକେ ଜନ୍ମ ମାଟି ବଚାଓ ସଂଘର୍ଷ ସମିତି ନାଁରେ ସଂଗଠନ କରି ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଜୁନ୍ ୨୩ ତାରିଖ ବା ଆସନ୍ତାକାଲି ପାଟଣାଗଡ଼ ଠାରେ ପ୍ରତିବାଦ ସଭା ନେଇ ଡାକରା ଦେଇଛି ସଂଗଠନ । କୋଶଲ ରାଜ୍ୟ ସମନ୍ୱୟ ସମିତି ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ।

ଲୋକଙ୍କ ଅଭିଯୋଗ, ବିନା କୌଣସି ପଲ୍ଲୀସଭା, ଗ୍ରାମସଭା କିମ୍ବା ଜଣ ଶୁଣାଣିରେ ସରକାର ମାଇନିଂ ବ୍ଲକ୍‌କୁ ତାମିଲନାଡୁର ଭିନମିର ରିସୋର୍ସ ପ୍ରାଇଭେଟ ଲିମିଟେଡ୍ ନାମ ଏକ  କମ୍ପାନିକୁ ନିଲାମ କରି ଟେକି ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଖଣି ଖନନ ହେଲେ ହଜାର ହଜାର ପରିବାର ବିସ୍ଥାପିତ ହେବେ । ଏହା ସହିତ ସ୍ଥାନୀୟ ଅଞ୍ଚଳର ପରିବେଶ ନଷ୍ଟ ହୋଇଯିବ । ଲୋକମାନେ ସେମାନଙ୍କର ଜୀବନ ଜୀବିକା ହରାଇବେ । ପୂର୍ବ ସରକାର ସମୟରେ ବ୍ୟାପକ ଖଣି ଖନନ ହୋଇଥିଲା । ଧୂଳିଧୁଆଁ ଯୋଗୁଁ ଅନେକ ଅଞ୍ଚଳର ପରିବେଶ ନଷ୍ଟ ହୋଇଛି । ହିରାକୁଦ ବିସ୍ଥାପିତ ଏବଂ ଲୋୟର ସୁକତେଲ ବିସ୍ଥାପିତଙକୁ ଏଯାଏଁ କ୍ଷତିପୂରଣ ମିଳିନାହିଁ । ପୁନଶ୍ଚ ଏଭଳି ଉଦ୍ୟମକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ଲୋକେ କହିଛନ୍ତି । 

ସଂପୃକ୍ତ ଅଞ୍ଚଳରେ ବ୍ୟାପକ ପରିମାଣରେ କପା ଚାଷ ସହିତ, ବିଲାତି, ତରଭୁଜ ଏବଂ ଆମ୍ବ ଚାଷ ହେଉଛି । ସ୍ଥାନୀୟ ଚାଷୀ କୃଷିକାର୍ଯ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି । ଏହି ସ୍ଥାନରେ ଖଣି ଖନନ ହେଲେ ଲୋକେ ସାମାଜିକ ଓ ଆର୍ଥିକ ଭାବେ ଦୁର୍ବଳ ହୋଇଯିବେ । ତେଣୁ  ସାଲେପାଲି ଅଞ୍ଚଳରେ ଖଣି ଖନନ ବନ୍ଦ ହେବା ଦରକାର । ବୁଦ୍ଧିଜୀବି, ଜନସାଧାରଣ, ବିଭିନ୍ନ ସଂଗଠନ ଏବଂ ନିର୍ବାଚିତ ପ୍ରତିନିଧିମାନେ ଖଣି ଖନନ ପ୍ରସ୍ତାବକୁ ବିରୋଧ କରିବା ଆବଶ୍ୟକ ବୋଲି କହିଛି ସଂଗଠନ ।

ସାଲେପାଲି ସମେତ ବଲାଙ୍ଗିର ଓ କୋଶଳାଞ୍ଚଳର ପ୍ରସ୍ତାବିତ ଖଣି ଖନନ ଯୋଜନା ସଂପର୍କରେ ସରକାର ତୁରନ୍ତ ଏକ ଶ୍ୱେତପତ୍ର ଜାରି କରନ୍ତୁ । ଏହାଛଡ଼ା ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ପୂର୍ବ ନିଷ୍ପତ୍ତି ଉପରେ ସମୀକ୍ଷା କରନ୍ତୁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୋଶଲବାଦୀ ନେତା, ଅବଦୁଲ ଜମାଲ ଖାନ, ଶରତ ଚନ୍ଦ୍ର ହୋତା, ରବି ଶଙ୍କର ମିଶ୍ର ଓ ରଣରାଜ ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.