ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜାଲରେ ପଡ଼ିଲା କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ, ମତ୍ସ୍ୟଜୀବୀଙ୍କ ମୁହଁରେ ଫୁଟିଲା ହସ

Published By : Rasmita Pradhan | June 18, 2025 11:30 AM

ଭୋଗରାଇ, ୧୮/୦୬ : କୋହଲା ପାଗକୁ ଆଇଁଶ ବାର। ପଖାଳ ସାଙ୍ଗକୁ ହେବ ଇଲିସି ମାଡ଼। ଜାଲରେ ପଡ଼ିଲା କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ। ମତ୍ସ୍ୟଜୀବୀଙ୍କ ମୁହଁରେ ଫୁଟିଲା ହସ। ଦାମ୍ ବି ସୁହାଇଲା ଭଳି। ଜମାରୁ ୫ ଶହରୁ ହଜାରେ ଟଙ୍କା ଭିତରେ। ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛନ୍ତି ପ୍ରଚୁର ଇଲିସି ମାଛ।  

ବର୍ଷା ଋତୁ ଆସିଲେ ଇଲିସି ମାଛମାନେ ମିଠା ପାଣି ଖାଇବାକୁ ସମୁଦ୍ର କୂଳକୁ ଚାଲି ଆସନ୍ତି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମବଙ୍ଗ ଦୀଘା ମୁହାଣରେ ପ୍ରଚୁର ମାତ୍ରାରେ ଇଲିସି ମାଛ ଧରାପଡ଼ିଛନ୍ତି। ମତ୍ସ୍ୟଜୀବୀଙ୍କ ଜାଲରେ କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ ପଡିଛନ୍ତି। ଏତେ ପରିମାଣର ଇଲିସି ମାଛ ପାଇ ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟିଛି। ୧ କିଲୋ ଓଜନର ଇଲିସି ମାଛ ୫ଶହରୁ ୧ ହଜାର ଭିତରେ ବିକ୍ରି କରାଯାଉଛି। ଆଗକୁ ଆହୁରି ଅଧିକ ମାଛ ପଡ଼ିବ ବୋଲି ମତ୍ସ୍ୟଜୀବୀମାନେ ଆଶା ରଖିଛନ୍ତି। ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସାରା ବିଶ୍ୱକୁ ଇଲିସି ମାଛ ରପ୍ତାନି କରାଯାଏ। ତେବେ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଲଘୁଚାପ କଟକଣା ପାଇଁ ଓଡ଼ିଶାର ଉଦୟପୁର ତାଳସାରି ରଣସିଂହପୁର କୀର୍ତିନିଆ ଆଦି ବେଳାଭୂମିରେ ମତ୍ସ୍ୟଜୀବୀମାନେ ହାତବାନ୍ଧି ବସିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.