ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରଥ ଖଳା ହାଲ୍‌ଚାଲ୍‌...ରଙ୍ଗ ଓ କନାମଣ୍ଡଣି କାମ ଆରମ୍ଭ, ତିନି ରଥରେ ଉଠିଲା ଦ୍ୱିତୀୟ ଭୂଇଁ

Published By : Prameya | June 14, 2025 8:21 AM

ପୁରୀ,୧୪/୦୬: ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ । ଶୁକ୍ରବାର ରଥ  କାର୍ଯ୍ୟରେ ଯୋଗ ଦେଇଛନ୍ତି ଦରଜୀ  ସେବକ । ରଥକୁ ସୁସଜ୍ଜିତ କରିବା ପାଇଁ କନାମଣ୍ଡଣି କାମର ଶୁଭାରମ୍ଭ  ହୋଇଛି । ୧୨୫୦ ମିଟର ନାଲି, ସବୁଜ,  ହଳଦିଆ ଓ କଳା କନାରେ ରଥତ୍ରୟ ମଣ୍ଡଣି ହେବ। ରଥ ରଙ୍ଗ କାର୍ଯ୍ୟ ଆରମ୍ଭ  ହୋଇଯାଇଛି । ତିନି ରଥରେ ଦ୍ୱିତୀୟ ଭୂଇଁ  ଉଠି ଖଳାରେ ୩ୟ ଭୂଇଁ ଫ୍ରେମ୍‌ ପଡ଼ି ଖୋଲାଯାଇଛି ।  

ଶନିବାର ରଥରେ ତୃତୀୟ ଭୂଇଁ ଟୁଙ୍ଗୁରା ହେବ । ରଥର ବଡ଼ ପୋଟଳ ତିଆରି ଆରମ୍ଭ ହୋଇଛି । ୧୩ ପରସ୍ତ ପୋଟଳ ରଥରେ ଲାଗିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାରମ୍ପରିକ  ଦରଜୀ ସେବକଙ୍କ ଦ୍ୱାରା କନା ମଣ୍ଡଣି କାର୍ଯ୍ୟ ହେଉଛି । ଠାକୁରଙ୍କ ମାହାର୍ଦ୍ଦ ସହ ରଥ କନା, କଇଁଚୀ, ସୂତା, ଗଜ ଆଦି ସମସ୍ତ ସିଲେଇ ଉପକରଣ ଏକତ୍ର ରଖି  ଦୀପ ଧୂପ ଦେଇ ଶ୍ରୀଜଗନ୍ନାଥଙ୍କୁ ସୁମରଣା କରି କାର୍ଯ୍ୟ  ଅନୁକୂଳ ହେଲା। ପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ  ମହାପ୍ରଭୁଙ୍କ କାର୍ଯ୍ୟ ଚାଲିଛି । 

ଶ୍ରୀ ମହାପାତ୍ର କୁହନ୍ତି ରଥର ବତା ଓ ବିଳାଶପଟି ତିଆରିରୁ କନାମଣ୍ଡଣୀ କାମର ଶୁଭାରମ୍ଭ ହୋଇଛି ।  ପ୍ରଥମ କାମ ଭାବେ ରଥର ବତା(୨୪)  ଓ ବିଳାଶପଟି(୭୨)ଟି କରାଯାଉଛି । ପ୍ରତି ରଥରେ ୮ଗୋଟି ବତା ଲାଗିବ । ରଥର  ଉପର ଅଂଶ ପାରାଭାଡ଼ିଠାରୁ ତଳକୁ ଲମ୍ବିବ ବତା । ଗୋଟିଏ ବତାରେ ତିନୋଟି କରି ବିଳାସପଟି ଲାଗିବ । ପାରମ୍ପରିକ ଶୈଳୀରେ  ଜରି, ଜମ୍ୱୁରା ଓ ଲେସ ଦେଇ ଏସବୁକୁ ପ୍ରସ୍ତୁତ କରାଯିବ । ତାଳଧ୍ୱଜ ପାଇଁ ସବୁଜ ଓ  ନାଲି ରଙ୍ଗର ୪୨୫ମିଟର, ନନ୍ଦିଘୋଷ ପାଇଁ ହଳଦିଆ  ଓ ନାଲି ରଙ୍ଗର କନା ୪୨୫ ମିଟର ଓ ଦର୍ପଦଳନ ପାଇଁ  କଳା ଓ ନାଲି ରଙ୍ଗର ୪୦୦ମିଟର କନା ଆବଶ୍ୟକ  ହୋଇଥାଏ । ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥତ୍ରୟର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.