ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଲଗାଣ ବର୍ଷାରେ ରାଉରକେଲା ସହର ବେହାଲ୍, ୧୫ ଘର ଜଳମଗ୍ନ

Published By : Rasmita Pradhan | June 20, 2025 12:39 PM

ରାଉରକେଲା, ୨୦/୦୬ : ଲଗାଣ ବର୍ଷାରେ ବେହାଲ୍ ରାଉରକେଲା ସହର। ଠାକୁର ଘର ଠାରୁ ଆରମ୍ଭ କରି ରୋଷେଇ ଘର, ଶୋଇବା ଘର, ଗାଧୁଆ ଘର ଯୁଆଡ଼େ ଦେଖିବ ସିଆଡ଼େ ପାଣି। ରହିବେ କେଉଁଠି ଖାଇବେ କ'ଣ ? ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଇସ୍ପାତ ସହରର ବାଲୁଘାଟ ଅଞ୍ଚଳରେ। ଘରେ ଘରେ ପଶିଲା ବ୍ରାହ୍ମଣୀ ନଦୀ ଜଳ। କଲବଲ କରୁଛି ଲଗାଣ ବର୍ଷା ।

ଗୁରୁବାର ଆରଏସପି ପକ୍ଷରୁ ମନ୍ଦିରା ଡ୍ୟାମର ଚାରୋଟି ଗେଟ୍ ଖୋଲାଯିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ବିଳମ୍ବିତ ରାତିରେ ଘରେ ପାଣି ପଶିଯାଇଥିଲା। ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ସହ ସୁରକ୍ଷିତ ଜାଗାକୁ ପଳାଇଥିଲେ। ଆଜି ସକାଳେ ରାଉରକେଲା ମହାନଗର ନିଗମର ସହକାରୀ କମିଶନର ଅଜିତ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ପୀଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ମଧ୍ୟାହ୍ନ ଏବଂ ରାତିରେ ପୀଡ଼ିତଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅଜିତ ପଟ୍ଟନାୟକ କହିଛନ୍ତି। ତେବେ ଘରେ ଘରେ ପାଣି ପଶିଥିବାରୁ କାଳେ ଜନ୍ତୁ ପଶିଯିବେ ସେ ଭୟରେ ଲୋକେ ରାତି ଅନିଦ୍ରା ରହୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.