ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ହଟିଲା କଟକଣା, ସମୁଦ୍ର ଭିତରକୁ ଗଲେ ମତ୍ସ୍ୟଜୀବୀ

Published By : Harapriya Sethi | June 15, 2025 1:02 PM

ଚନ୍ଦନେଶ୍ୱର,୧୫/୦୬: ଦୁଇ ମାସ ପରେ ହଟିଲା କଟକଣା । ମତ୍ସ୍ୟଜୀବୀଙ୍କ ମୁହଁରେ ଫୁଟିଲା ହସ। ସମୁଦ୍ରକୁ ମାଛ ଧରିବାକୁ ଗଲେ ମତ୍ସ୍ୟଜୀବୀ । ପ୍ରଥମ ଦିନରେ ଭୋଗରାଇର ୪ ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୫୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ମାଛ । ବାଲେଶ୍ୱର ଜିଲ୍ଲା ଭୋଗରାଇ, ଉଦୟପୁର, ତାଳସାରି, ରଣସିଂହପୁର ,କୀର୍ତ୍ତନିଆ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଲୁଣି ମାଛ ବିକ୍ରି ହୋଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ୨ ମାସ ପାଇଁ ସମୁଦ୍ରରୁ ମାଛ ଧରା ଉପରେ କଟକଣା ଲାଗି ରହିଥିଲା । ସେଥିପାଇଁ ମତ୍ସ୍ୟଜୀବୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ । ମାତ୍ର ଆଜି ସମୁଦ୍ର କଟକଣା ଖୋଲିବା ପରେ ୪ଟି ମତ୍ସ୍ୟ ଅବତରଣ କେନ୍ଦ୍ରରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଡଙ୍ଗା ସମୁଦ୍ରକୁ ମାଛ ଧରିବାକୁ ଯାଇ ପ୍ରଥମ ଦିନରେ ସୁରକ୍ଷା ସହିତ କୂଳକୁ ଫେରିଛନ୍ତି । ଆଗକୁ ବର୍ଷାର ପରିମାଣ ଅଧିକ ହେଲେ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ଅଧିକ ପରିମାଣର ମାଛ ପଡିବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ସେହିପରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ମୁହାଣରେ ମଧ୍ୟ ହଜାର ହଜାର ମାଛ ଧରା ଟ୍ରଲର ସମୁଦ୍ରକୁ ଯାଇଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.