ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଏଣିକି ସହଜରେ ମିଳିବ ମା’ ସମଲେଇଙ୍କ ଭୋଗ, ଅନଲାଇନ୍‌ରେ ହେବ ବୁକିଂ

Published By : Prameya | June 19, 2025 2:55 PM

ସମ୍ବଲପୁର,୧୯/୦୬: ମା’ ସମଲେଶ୍ୱରୀଙ୍କ ଭୋଗ ପାଇଁ ଶ୍ରଦ୍ଧାଳୁଙ୍କୁ  ସକାଳୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ  ପଡ଼ିବ ନାହିଁ । ଏଣିକି ଅନ୍‌ଲାଇନ୍‌ରେ ଏହି  ସୁବିଧା ଉପଲବ୍ଧ ହେବ । ଏଥିପାଇଁ ମନ୍ଦିର  ଟ୍ରଷ୍ଟ୍‌ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।  ଏକ ଘରୋଇ ବ୍ୟାଙ୍କ ସହାୟତାରେ  ଅନ୍ନପ୍ରସାଦ ବୁକିଂ ପାଇଁ ଆପ୍‌ ପ୍ରସ୍ତୁତ  କରାଯାଇଛି । ଆସନ୍ତା ୧୦ରୁ ୧୫ ଦିନ  ମଧ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ୍‌ ବୋର୍ଡ ସଭାପତି  ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । 

ଶ୍ରୀ ବାବୁ କହିଛନ୍ତି, ଦୈନିକ ମନ୍ଦିରରେ ଶହେ ଟଙ୍କାରେ  ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ମିଳିଥାଏ । ଏଥିଲାଗି ସକାଳେ ମନ୍ଦିର  ଆସି ଟଙ୍କା ପଇଠ କରିବାକୁ ପଡ଼େ । ଶ୍ରଦ୍ଧାଳୁଙ୍କ ଅନୁପାତରେ  ଅନ୍ନପ୍ରସାଦ ଭୋଗ ରୋଷେଇ ହୋଇଥାଏ । ହେଲେ ଅଗ୍ରୀମ  ଦେଇ ନ ଥିବା ଭକ୍ତ ଓ ପର୍ଯ୍ୟଟକ ଅଗ୍ରୀମ ଟଙ୍କା ପଇଠ  କରି ନ ଥିବାରୁ ଭୋଗରୁ ବଞ୍ଚିତ ହୋଇଥାନ୍ତି । ନିୟମିତ ଏଭଳି ଅଭିଯୋଗ ଆସିବା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆପ୍‌ ‘ଫେତ୍‌ ୩୬୦ ଡିଗ୍ରୀ’ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି  ହୋଇଛି । ଏଥିରେ ବୁକିଂ କଲେ ଭୋଗ ଗ୍ରହଣ ସମୟ  ଧାର୍ଯ୍ୟ ହୋଇଯିବ । ଶ୍ରଦ୍ଧାଳୁ ନିର୍ଦ୍ଧରିତ ସମୟରେ ଆସି ଭୋଗ  ନେଇପାରିବେ । ଆଗକୁ ଆଳତି ଦର୍ଶନ, ସ୍ୱତନ୍ତ୍ର ଦର୍ଶନ, ଭକ୍ତ  ନିବାସ ଓ କଲ୍ୟାଣ ମଣ୍ଡପ ବୁକିଂ ମଧ୍ୟ ଏହି ଆପ୍‌ରେ କରାଯିବ ।  

ଏହାଦ୍ୱାରା ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଉପକୃତ  ହେବେ । ପରବର୍ତ୍ତୀ ସମୟରେ ଆଉ ଗୋଟିଏ ବ୍ୟାଙ୍କ ସହ  ମଧ୍ୟ ବୁକିଂ ପାଇଁ ଚୁକ୍ତି ହେବା ଯୋଜନା ରହିଛି । ସମଲେଇ ପ୍ରକଳ୍ପରେ ସମଲେଶ୍ୱରୀ ମନ୍ଦିର  ଉନ୍ନତୀକରଣର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି ।  ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଭକ୍ତ ନିବାସ  ଓ କଲ୍ୟାଣ ମଣ୍ଡପ କାମ ଅଧାରେ ଅଟକିଥିଲା ।  ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.