ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନିଯୁକ୍ତି ପରୀକ୍ଷାରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର; ଆଶାୟୀ ପରୀକ୍ଷାରେ ଉପସ୍ଥିତ ରହିଲେ ଫେରିବ ଆବେଦନ ଫି'

Published By : Harapriya Sethi | June 23, 2025 1:08 PM

ଭୁବନେଶ୍ୱର,୨୩/୦୬: ରାଜ୍ୟରେ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଲକ୍ଷାଧିକ ଯୁବବର୍ଗ ଆବେଦନ କରୁଛନ୍ତି । କିନ୍ତୁ ଏଭଳି କିଛି ନିଯୁକ୍ତି ଆଶାୟୀ ଅଛନ୍ତି ଯେଉଁମାନେ ପରୀକ୍ଷା ପାଇଁ ଆବେଦନ କଲା ପରେ ବି ପରୀକ୍ଷା ଦେବାକୁ ଯାଉନାହାନ୍ତି । ପରୀକ୍ଷା ପାଇଁ ଆବେଦନ କରୁଛନ୍ତି, ଟଙ୍କା ଭରୁଛନ୍ତି କିନ୍ତୁ ପରୀକ୍ଷା କେନ୍ଦ୍ର ମାଟି ମାଡ଼ୁନାହାନ୍ତି । ଏଭଳି ଧାରାକୁ ରୋକିବା ପାଇଁ ସରକାର ନିଆରା ପଦକ୍ଷେପ ନେବାକୁ ଯାଉଛନ୍ତି । ଯେଉଁ ପରୀକ୍ଷାର୍ଥୀ ଆବେଦନ କରି ପରୀକ୍ଷା ଦେବାକୁ ଆସିଥିବେ ସେମାନଙ୍କୁ ଆବେଦନ ଫି' ଫେରାଇ ଦିଆଯିବ । କିନ୍ତୁ ପରୀକ୍ଷା ଦେବାକୁ ଆସି ନ ଥିଲେ ଫି’ ମିଳିବନି ।  

ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ନିଯୁକ୍ତି ଶୁଳ୍କ ଛାଡ଼ କରିବେ ସରକାର । OPSC, OSSC, OSSSC ପରୀକ୍ଷା ଫି ଛାଡ଼ ହେବ । ଏନେଇ ସରକାରଙ୍କ ପକ୍ଷରୁ OPSC, OSSSC ଓ OSSC କୁ ଚିଠି ଦିଆଯାଇଛି । ଯାହାଫଳରେ ହେବେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ ।

ଗତ ମାର୍ଚ୍ଚ ୨୪ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ  ହୋଇଥିଲା । ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ କେଉଁ ଉପାୟରେ ପରୀକ୍ଷା ଆବେଦନ ଫି' ଫେରାଯିବ ସେନେଇ ଉପଯୁକ୍ତ ମତାମତ ଓ ପରାମର୍ଶ ଦେବାକୁ ଓଡ଼ିଶା  ଲୋକସେବା ଆୟୋଗ, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସିକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୪ ତାରିଖ ସୁଦ୍ଧା ମତାମତ ଦେବାକୁ କୁହାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.