ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଘଷିପୁରା ତହସିଲଦାରଙ୍କ ହାକିମଗିରି! ଅଫିସ ଭିତରକୁ ଜୋତା ପିନ୍ଧି ସାଧାରଣ ଲୋକଙ୍କୁ ପ୍ରବେଶ ମନା

Published By : Anindita Ratha | June 24, 2025 12:50 PM

ଭୁବନେଶ୍ବର,୨୪/୦୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ।  ଅଫିସ ଭିତରକୁ ଜୋତା ଖୋଲି ପ୍ରବେଶ କରୁଛନ୍ତି ଲୋକେ । ଆପତ୍ତି ଅଭିଯୋଗ ପାଇଁ ବାବୁଙ୍କ ନିକଟକୁ ଆସୁଥିବା ଲୋକଙ୍କ ପାଇଁ ଚୌକି ମଧ୍ୟ କାଢି ଦେଇଛନ୍ତି ତହସିଲଦାର । ହେଲେ ବାବୁ ଚୌକିରେ ବସି ନିଜ ବାବୁଗିରି ଦେଖାଇ ଶୁଣିବେ ଅଭିଯୋଗ।  ତେବେ ସାଧାରଣ ଲେକଙ୍କ ପାଇଁ  ତହସିଲଦାରଙ୍କ ଏଭଳି ହିନମାନ୍ୟତାକୁ  ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । 

 ଘଷିପୁରା ତହସିଲଦାର ଅଭୟ କୁମାର ସ୍ବାଇଁ କାର୍ଯ୍ଯାଳୟଠାରେ ଥିବା ନିଜ ଚ୍ୟାମ୍ବର କାନ୍ଥରେ ପୋଷ୍ଟର ମାରିଛନ୍ତି ,ସେଥିରେ ନିଜ ଦସ୍ତଖତ ମଧ୍ୟ କରିଛନ୍ତି । ଯେଉଁଥିରେ  ସାଧାରଣ ଲୋକଙ୍କ ପାଇଁ ଚ୍ୟାମ୍ବର ଭିତରକୁ ଜୋତା ପିନ୍ଧି ଯିବା ମନା ବୋଲି ଏଥିରେ ଉଲ୍ଲେଖ ରହିଛି । ହେଲେ କର୍ମଚାରୀମାନେ ଜୋତା ପିନ୍ଧି ଅବାଧ ପ୍ରବେଶ କରୁଛନ୍ତି। ସେପଟେ ଏହି ବାବୁ ଜଣକ ଏଠାରେ ଯୋଗଦେବା ପରଠାରୁ ଲୋକଙ୍କ ପାଇଁ ଥିବା ଚୌକି କୁ ହଟାଇଛନ୍ତି। ହେଲେ ବଡବଡିଆ ଆସିଲେ ଚୌକି ମଗାଇ ସେମାନଙ୍କୁ ବସା ଯାଉଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ସାଧାରଣ ଲୋକେ ତହସିଲଦାରଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ ,ଚ୍ଯାମ୍ବରରେ ଠାକୁର ଥିବାରୁ ଜୋତା ଚପଲ ମନା କରାଯାଇଛି। ଚେୟାର ପକାଇଲେ ଲୋକେ ବସି ଖଟି କରିବେ , କାମ ହେବ ନାହିଁ ବୋଲି କହିଛନ୍ତି ।  ତେବେ ଏଠି ପ୍ରଶ୍ନ ଉଠୁଛି , କର୍ମଚାରୀମାନଙ୍କ ପାଇଁ କଣ ଠାକୁର ନାହାଁନ୍ତି  ନା ଯେଉଁ ଅଧିକାରୀମାନେ ସାଧାରଣଲୋକଙ୍କ ପାଇଁ ଚୌକିଟିଏ ରଖିଛନ୍ତି ସେଠାରେ କଣ କାମ ହେଉନାହିଁ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.