ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ତେନ୍ତଳାପଶି ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ପୀଡ଼ିତାଙ୍କ ପରିବାରକୁ ଭେଟିଲା କଂଗ୍ରେସ ଟିମ୍, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

Published By : Rasmita Pradhan | June 19, 2025 2:30 PM

କେନ୍ଦୁଝର, ୧୯।୬ : କେନ୍ଦୁଝର ଜିଲ୍ଲା ତେନ୍ତଳାପଶି ଗଣଦୁଷ୍କର୍ମ ଓ ହତ୍ୟା ଘଟଣା। ପୀଡ଼ିତାଙ୍କ ପରିବାରକୁ ଭେଟିଲା ଜିଲ୍ଲା କଂଗ୍ରେସ। ଏହି ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ସମତେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା କଂଗ୍ରେସ ଟିମ୍ ଆଜି ତେନ୍ତଳାପଶି ଗ୍ରାମକୁ ଯାଇ ପୀଡ଼ିତା ପରିବାର ଓ ଗ୍ରାମବାସୀଙ୍କୁ ଭେଟିଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ସହ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଦାବି କରିଛନ୍ତି। ପୂର୍ବତନ ସାଂସଦ ତଥା ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଯଶବନ୍ତ ନାରାୟଣ ସିଂ ଲାଗୁରି, ଜିଲ୍ଲା ସଭାପତି ମୋହନ ପରିଡାଙ୍କ ନେତୃତ୍ଵରେ ଏହି ଟିମ୍ ନ୍ୟାୟ ନପାଇବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ କରିବ ବୋଲି ପୀଡ଼ିତାଙ୍କ ପରିବାରକୁ ପ୍ରତିଶୃତି ଦେଇଛନ୍ତି। ଏହା ସହ ଏହି ଗରିବ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। ଏହି ଟିମ୍‌ରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଓ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ ଉପସ୍ଥିତ ଥିଲେ। 

ସୂଚନାନୁଯାୟୀ, ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମର ଜଣେ ନାବାଳିକା ଗତ ୧୬ ତାରିଖ ଦିନ ଘର ପାଖକୁ ଶୌଚ ହେବାକୁ କହି ଯାଇଥିଲେ। ଡେରି ହେବାରୁ ଘର ଲୋକେ କଲ୍ କରିବାରୁ ଯାଉଛି ବୋଲି କହି ଆଉ ଫେରି ନଥିଲେ। କିଛି ସମୟ ପରେ ତାଙ୍କ ଫୋନ୍ ଲାଗି ନଥିଲା। ଘରେ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ। ଭୋର୍ ସକାଳେ ଅନ୍ୟ ଜଣେ ଭଉଣୀ ବାରିପଟେ ଥିବା ସଜନା ଗଛରେ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ନାବାଳିକାଙ୍କ ପାଦରେ ରକ୍ତ ଲାଗିଥିବାରୁ ଏବଂ ନିକଟରେ ଏକ ପିନ୍ଧା ଡ୍ରେସ୍ ପଡିଥିବାରୁ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକେ ପଣ୍ଡାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅ କିଛି ଦିନ ଆଗରୁ ନିକଟସ୍ଥ ବଡ କମଣ୍ଡରା ଗ୍ରାମର ଜୈନକ ଯୁବକ ସହ ଫୋନରେ କଥା ହେଉଥିବାରୁ ସେହି ପିଲା ଓ ତାର ସାଙ୍ଗମାନେ ମିଶି ଏହି ଘଟଣା ଘଟାଇଥିବା ଅଭିଯୋଗ କରିଥିଲେ। ଏହି ଘଟଣା ଏବେ ସାରା ରାଜ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ସମସ୍ତ ଅପରାଧୀଙ୍କୁ ତୁରନ୍ତ ଧରିବାକୁ କଂଗ୍ରେସର ଏକ ଟିମ୍ ଡିଜିଙ୍କୁ ଭେଟିବ ବୋଲି ଜୟଦେବ ଜେନା କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.