ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସମୁଦ୍ରରେ ବୁଡ଼ିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର

Published By : Harapriya Sethi | June 18, 2025 10:24 AM

ଚନ୍ଦନେଶ୍ଵର,୧୮/୦୬: ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ତାଜପୁର ବେଳାଭୂମିରେ ବଡ଼ ଅଘଟଣ। ଗାଧୋଇବା ବେଳେ ବୁଡ଼ିଗଲେ ୩ ପର୍ଯ୍ୟଟକ । ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଆଉ ଜଣେ ନିଖୋଜ ଅଛନ୍ତି । ସମସ୍ତଙ୍କ ଘର ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ପଶ୍ଚିମବଙ୍ଗ ଦୀଘାକୁ ବାରସାତ ଅଞ୍ଚଳର ୩ ଯୁବକ ବୁଲିବାକୁ ଆସିଥିବା ବେଳେ ଦୀଘାରେ ଏକ ହୋଟେଲରେ ରହୁଥିଲେ । ମାତ୍ର ଦୀଘା ବେଳାଭୂମି ଏବେ ପ୍ରବଳ ଭିଡ଼ ହେଉଥିବା ବେଳେ ପାଖରେ ଥିବା ତାଜପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ସେଠାରେ ସମୁଦ୍ରରେ ଉଚ୍ଚ ଜୁଆର ଦେଖି ଗାଧୋଇବା ପାଇଁ ୩ ଯୁବକ ଯାଇଥିଲେ । ହେଲେ ଗାଧୋଇବା ବେଳେ ୩ଜଣ ସମୁଦ୍ରରେ ଭାସି ଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ପୁଲିସ କର୍ମଚାରୀ ୨ ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚିକିତ୍ସାଧୀନ ଅଛନ୍ତି ଏବଂ ଆଉ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ତେବେ ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲେ ମଧ୍ୟ ପର୍ଯ୍ୟଟକ ଅମାନିଆ ହେଇଥିବାରୁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟଲୋକ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.