ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅସହାୟ ଲଡୁ କହଁରଙ୍କୁ ମିଳିଲା ଆବାସ ଗୃହ, ଘର ଭାଙ୍ଗିଯିବା ପରେ ପର ଘରେ ନେଇଥିଲେ ଆଶ୍ରୟ

Published By : Gurupada Nath | June 21, 2025 6:58 PM

ଫିରିଙ୍ଗିଆ, ୨୧/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେରୁ ବନ୍ଧ ପଞ୍ଚାୟତ ସାଉଲି ପଡ଼ା ଗାଁର ଲଡୁ କହଁର । ସେ ଜଣେ ଅସହାୟ ଗରିବ ଓ ବାର୍ଦ୍ଧକ୍ୟ l ଗତ ୩ ବର୍ଷ ତଳେ ନିଜ ଘର ଲଗାଣ ବର୍ଷାରେ ଭାଙ୍ଗିଯିବା ପରେ ଦୀର୍ଘ ଦିନ ଧରି ନିଜ ଘରକୁ ମରାମତି କରିବା କିମ୍ବା ନୂତନ ଘର ନିର୍ମାଣ କରିବା ପାଇଁ ଟଙ୍କା ନ ଥିବାରୁ ବହୁ ଅସୁବିଧାରେ ପର ପିଣ୍ଡାରେ ଆଶ୍ରୟ ନେଇଥିଲେ l ନିଜର ସେଭଳି କିଛି ରୋଜଗାର ନ ଥିବାରୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଲିଖିତ ଭାବରେ ନିଜର ଦୁଃଖ ଜଣାଇଥିଲେ l

ସେ ଯାହା ହେଉନା କାହିଁକି ଦୀର୍ଘ ୩ ବର୍ଷ ବିତିଥିଲେ ମଧ୍ୟ ଶେଷରେ ଲଡୁ କହଁରକୁ ଆବାସ ଯୋଜନାରେ ସାମିଲ କରି ଅନ୍ତୋଦୟ ଆବାସ ଗୃହ ଖଣ୍ଡିଏ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଛି l ବର୍ତ୍ତମାନ ରାଜ୍ୟ ସରକାର ବିକାଶ ବାହାନ ମାଧ୍ୟମରେ ପ୍ରତି ପଞ୍ଚାୟତ ଓ ଗାଁ ଗାଁରେ ବିକାଶ ମୂଳକ କାର୍ଯ୍ୟ ଓ ବିଭିନ୍ନ ବିକାଶ ଯୋଜନା ସମ୍ପର୍କରେ ସଚେତନତା କରୁଛନ୍ତି । ଏହି ଅବସରରେ ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳ କୁହାଯାଉଥିବା ସୁମେରୁ ବନ୍ଧ ପଞ୍ଚାୟତକୁ ଯାଇ ସଚେତନ କରିଥିବାବେଳେ ଏହି ଅବସରରେ ଲଡୁ କହଁରଙ୍କୁ ଅନ୍ତୋଦୟ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l କାର୍ଯ୍ୟାଦେଶ ପ୍ରଦାନ ପରେ ଲଡୁ ଦୀର୍ଘ ଦିନର ଘର ସମସ୍ୟା ଦୁର ହେବା ସହ ଘର ନିର୍ମାଣ ହେଲେ ପର ଘରେ ଆଶ୍ରୟ ନ ନେଇଁ ନିଜ ଘରେ ରହି ଭଲରେ ଚଳି ପାରିବି ବୋଲି କହିଛନ୍ତି l ଏହି ଅବସରରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନିଲ କୁମାର ପାତ୍ର, ପଞ୍ଚାୟତ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟାଦେଶ ପ୍ରଦାନ କରିଥିଲେ l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.