ସଇଁତଳା, ୧୩/୬(ଆପ୍ର): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଭେରୁଆଁଭଟା ଗ୍ରାମର ମୁଖ୍ୟ ରାସ୍ତା ଉପରେ ଟ୍ରାନ୍ସଫରମର ରହିଥିବା ବେଳେ ତାହା ସୁରକ୍ଷା ବାଡ଼ ନଥିବାରୁ ଆଜି ଗୋଟିଏ ଗାଈର ମୃତ୍ୟୁ ଘଟିଛି । ଏନେଇ ସଇଁତଳା ଥାନାରେ ଗାଈର ମାଲିକ ଗୁପ୍ତେଶ୍ୱର ବାଗ ଅଭିଯୋଗ କରିଛନ୍ତି।
ସୂଚନାରୁ ପ୍ରକାଶ ଯେ, ପ୍ରତିଦିନ ଭଳି ଶ୍ରୀ ବାଗ ଗାଈକୁ ବିଲକୁ ଚରାଇବା ପାଇଁ ନେଉଥିବା ବେଳେ ଆଜି ଅପରାହ୍ନ ଚାରିଟା ସମୟରେ ଗାଈ ରାସ୍ତା ଉପରେ ଆସୁଥିଲା। ତେବେ ଏହି ସମୟରେ ହଠାତ୍ ମୁକୁଳା ହୋଇ ବିନା ବାଡ଼ରେ ଥିବା ଟ୍ରାନ୍ସଫରମରର ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଈର ମୃତ୍ୟୁ ହୋଇଥିଲା। ଏନେଇ ଗ୍ରାମବାସୀ କ୍ଷତିପୂରଣ ଦାବୀ କରିବା ଶହ ଟ୍ରାନ୍ସଫରମର ଚାରିକଡେ ସୁରକ୍ଷା ବାଡ଼ ନିର୍ମାଣ ପାଇଁ ଦାବି କରିଛନ୍ତି।