ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦୁଇ ହାଇଓ୍ବା ଗାଡ଼ିରୁ ଲକ୍ଷାଧିକ ଟଙ୍କାର ଫାଇନ୍ କାଟିଲା ପରିବହନ ବିଭାଗ

Published By : Gurupada Nath | June 20, 2025 6:48 PM

ଫୁଲବାଣୀ ,୨୦/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ଟେଲାପାଲୀ ଛକ ନିକଟରେ ୨ଟି ଚିପ୍ସ ବୋଝେଇ ହାଇଓ୍ବା ଗାଡ଼ିରୁ ଓଭର ଲୋଡ଼ିଂ ଏବଂ ପଲ୍ୟୁସନ ଭଳି କାଗଜପତ୍ର ନ ଥିବାରୁ ୧ ଲକ୍ଷ ୩୨ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ l

ସୂଚନା ଅନୁସାରେ ଆଜି ପରିବହନ ବିଭାଗ ଦ୍ୱାରା ଡିଣ୍ଡିରା ଗାଁ ପଞ୍ଚାୟତ ଟେଲାପାଲୀ ଛକ ନିକଟରେ ଜାନବାହାନ କାଗଜପତ୍ର ଯାଞ୍ଚ ସହ ଓଭର ଲୋଡ଼ିଂ ଭଳି ବିଭିନ୍ନ ଚେକିଂ ଚାଲିଥିଲା । ଏହି ସମୟରେ ସୋନପୁର ଜିଲ୍ଲା ଅଞ୍ଚଳରୁ ଚିପ୍ସ ବୋଝେଇ ୨ଟି ହାଇଓ୍ବା ଗାଡ଼ି ବାଲିଗୁଡ଼ାକୁ ନେବାବେଳେ ପରିବହନ ବିଭାଗର ଏଏସଆଇ ଶିବାନୀ ମାଝୀ ଓ ଟିମ୍ ଗାଡ଼ିକୁ ଅଟକାଇ ଥିଲେ l ୨ଟି ହାଇଓ୍ବା ଗାଡ଼ିରେ ଅଧିକ ଚିପ୍ସ ଲୋଡ଼ ହୋଇଥିବା ଏବଂ ଗାଡ଼ିର ପଲ୍ୟୁସନ ଓ କାଗଜ ପତ୍ର ଠିକ ନ ଥିବାରୁ ୨ଟି ହାଇଓ୍ବା ଗାଡ଼ି ଜବତ କରିବା ସହ ଫିରିଙ୍ଗିଆ ଥାନାକୁ ନେଇଥିବାବେଳେ ୨ ଟି ଗାଡ଼ିରୁ ୧ଲକ୍ଷ ୩୨ ହଜାର ଚାଲାଣ କାଟିଥିବା ସୂଚନା ମିଳିଛି l ତେବେ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରେ ପ୍ରତିଦିନ ନିଶାସକ୍ତ ଗାଡି ଚାଳକ, କାଗଜ ପତ୍ର, ନାବାଳକ ଗାଡି ଚାଳକ, ବିନା ହେଲମେଟରେ ଯାତ୍ରାକୁ ନେଇ ଗାଡି ଚେକିଂ ଚାଲିଛି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.