ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାଜ୍ୟ ପରିବାର ନିୟୋଜନର ବାସ୍ତବ ଚିତ୍ର କ'ଣ, ସ୍ଥିତି ଅନୁଧ୍ୟାନ କ​‌ଲେ ୟୁନିସେଫ୍ ଟିମ୍

Published By : Prameya | June 17, 2025 1:20 PM

କଟକ, ୧୭। ୬: ରାଜ୍ୟରେ ପରିବାର ନିୟନ୍ତ୍ରଣ ଯୋଜନାର ବାସ୍ତବ ଚିତ୍ର ଅନୁଧ୍ୟାନ। ୟୁନିସେଫ୍ ଅଧିକାରୀ ଏବଂ ସ୍ବାସ୍ଥ୍ୟ ଅଧିକାରୀ ବିଭିନ୍ନ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି।  ଏହି କ୍ରମରେ ୟୁନିସେଫ ଏକ ଟିମ୍ କଟକ ଜିଲ୍ଲାର ପରିଦର୍ଶନ କରିଛନ୍ତି। 

ମଙ୍ଗଳବାର କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସିଟି ହସ୍ପିଟାଲରେ ପହଁଞ୍ଚି ପରିବାର ନିୟନ୍ତ୍ରଣ ଯୋଜନାରେ ଦିଆଯାଉଥିବା ଗର୍ଭ ନିରୋଧକ ଇଞ୍ଜେକ୍ସନ ଚିକିତ୍ସାକୁ ଦେଖିଥିଲେ। ଏହି ଇନ୍ ପ୍ଲାଣ୍ଟ ସୁବିଧାରେ ଜିଲ୍ଲାର କେତେ ମହିଳା ଅନ୍ତର୍ଭୁକ୍ତ ରହିଛନ୍ତି ତାର ଏକ ତାଲିକା ଜିଲ୍ଲା ମେଡିକାଲ ପ୍ରଶାସନ ଠାରୁ ସଂଗ୍ରହ କରିଥିଲେ। ଚର୍ମ ତଳେ ଦିଆଯାଉଥିବା ଏହି ଗର୍ଭ ନିରୋଧକ ଇଞ୍ଜେକ୍ସନ କ୍ଷମତା ୩ବର୍ଷ ଧରି ରହିଥାଏ। କଟକ ଜିଲ୍ଲାରେ ଏହି ଗର୍ଭ ନିରୋଧକ ଇଞ୍ଜେକ୍ସନ ଆଦ୍ୟାବଧି ୧୫୦୦ମହିଳା ନେଇଥିବାର ସୂଚନା ମିଳିଛି। ୟୁନିସେଫ ଅଧିକାରୀଙ୍କ ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ ହୋତ୍ତା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.