ଶଗଡ଼ଘାଟ, ୧୬/୬(ଆପ୍ର): ଟିଟିଲାଗଡ଼ ରେଳ ଜଙ୍କସନରୁ ୩ କିଲୋମିଟର ଦୂରରେ ମନିଗାଁ ରେଳ ଫାଟକ ରେଳ ଧାରଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ଅଲଗା ହୋଇ ପଡ଼ିରହିଥିଲା l ବଲାଙ୍ଗୀର ଜିଆରପି ପୁଲିସ ମୃତ ଶରୀରକୁ ଉଦ୍ଧାର କରିଛି l
ସୂଚନାମତେ ଆଜି ସକାଳ ୭ ଘଣ୍ଟା ସମୟରେ ଏକ ମାଲବୋଝେଇ ଟିଟିଲାଗଡ଼ ରୁ ବଲାଙ୍ଗୀର ଯିବା ରେଳ ଧାରଣା ରେ ଏହି ଭଳି ଘଟଣା ଘଟିଛି କେଉଁ କାରଣ ରେ ସେ ଆତ୍ମହତ୍ୟା କରିଛି ନାଁ ହତ୍ୟାକରୀ ଫିଙ୍କିଦେଇଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି l ଏନେଇ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରହିଥିବା ଜିଆରପି ଅଧିକାରୀ କହିଛନ୍ତି l