ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପୂରଣ ହେଲା ଦେବେନ୍ଦ୍ରଙ୍କ ଶେଷ ଇଚ୍ଛା, ସ୍ୱାମୀଙ୍କ ଦୁଇ ଚକ୍ଷୁ ଦାନ କଲେ ପତ୍ନୀ

Published By : Prameya | June 23, 2025 12:29 PM

ବାଲିପାଟଣା, ୨୩/୦୬: ମୃତ ସ୍ୱାମୀଙ୍କ ଚକ୍ଷୁ ଦାନ କରିଛନ୍ତି ପତ୍ନୀ । ସ୍ୱାମୀ ଦେବେନ୍ଦ୍ର ସାହାଣୀ(୬୯)ଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ଦୁଇ ଚକ୍ଷୁକୁ ଦାନ କରିଥିବା କହିଛନ୍ତି ପତ୍ନୀ ଶୈଳବାଳା । 

ବାଲିପାଟଣା ଥାନା ସରାଟ ଗ୍ରାମରେ ଦେବେନ୍ଦ୍ର ସାହାଣୀ ଓରଫ ବିପଙ୍କ ଘର । ଝାରସୁଗୁଡା ଜିଲ୍ଲା ବେଲ ପାହାଡ଼ ବିଦ୍ୟୁତ୍ ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ୨୦୧୯ରେ ଅବସର ନେଇଥିଲେ ଦେବେନ୍ଦ୍ର । ଅବସର  ପରେ ସପରିବାର ଉତ୍ତରା ଛକ ନିକଟରେ ରହୁଥିଲେ । ଗୁରୁବାର ପୂର୍ବାହ୍ନରେ ଦେବେନ୍ଦ୍ର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଦେବେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଶୈଳବାଳା  ମୃତ ସ୍ୱାମୀ ଦେବେନ୍ଦ୍ରଙ୍କ ଚକ୍ଷୁ ଦାନ କରିବାକୁ ବିଭାଗୀୟ ଡାକ୍ତରମାନଙ୍କ ସହ ଯୋଗାଯୋଗ କରିଥିଲେ । ଶେଷରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଦେବେନ୍ଦ୍ରଙ୍କ ଚକ୍ଷୁ ସଂଗ୍ରହ  କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.