ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଓମା ସଭାପତିଙ୍କୁ କ୍ଷମା ମାଗିଲେ ଯାତ୍ରା ଅଭିନେତା ଦୟା

Published By : Gurupada Nath | June 21, 2025 5:33 PM

ଭଦ୍ରକ,୨୧/୬ :  ପୁଣି ତୁଟିଲା ଆଉ ଏକ ଯାତ୍ରା କଳି । ଦୟାଙ୍କ କ୍ଷମା ପାର୍ଥନା ପରେ ହଟିଲା କଟକଣା। ପ୍ରଥମେ କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ଲାଗିଥିଲାବେଳେ ଏବେ ପୁଣି ଗତ କିଛି ମାସ ହେବ ଯାତ୍ରା କଳାକାର ଓ ଯାତ୍ରା ଗୁରୁମାନଙ୍କ ମଧ୍ୟରେ ବିବାଦ ପୁରା ଅପେରା ଜଗତରେ ଗୋଟିଏ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଏପରି ସ୍ଥଳେ ଯାତ୍ରା କଳାକାର ଦୟା ଗତ ଖଣ୍ଡଗିରି ଯାତ୍ରାରେ ଯାତ୍ରା ଗୁରୁମାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଯାତ୍ରା ଲେଖକ ଓ ନିର୍ଦ୍ଦେଶକଙ୍କ ଭିତରେ ଝଡ଼ ସୃଷ୍ଟି ହୋଇଥିଲା । 

ଏହି ଝଡ଼ ଧିରେ ଧିରେ ବଢ଼ିବାରେ ଲାଗିଥିଲା । ଏବେ ଯାତ୍ରା ଅଭିନେତା ତଥା କଳାକାର ଦୟା ମଧ୍ୟ ରାତ୍ରୀରେ ଅପେରା ମାଷ୍ଟର ସଙ୍ଘ ସଭାପତି ବିଜୟ ଦାସଙ୍କ ଭଦ୍ରକସ୍ଥିତ ବାସ ଭବନଠାରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି । ପରବର୍ତ୍ତି ଓମାର ସାଧାରଣ ବୈଠକରେ ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି କହିଛନ୍ତି ଯାତ୍ରା କଳାକାର ଦୟା । ତେଣୁ ଦୟାଙ୍କ ଉପରୁ କଟକଣା ଉଠିଲା ବୋଲି ସଙ୍ଘ ସଭାପତି ବିଜୟ ଦାସ କହିବା ସହ ଯାତ୍ରା କଳାକାର ଓ ନିର୍ଦେଶକ ଏବଂ ଲେଖକଙ୍କ ମଧ୍ୟରେ ସବୁବେଳେ ଭଲ ସମ୍ପର୍କ ଓ ସମ୍ମାନ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.