ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଯୁବକଙ୍କ ହାତଗୋଡ ବାନ୍ଧି ଥାନାରେ ଅଟକ ରଖିଥିଲା ପୁଲିସ, ସାଂସଦଙ୍କ ହସ୍ତକ୍ଷେପ ପରେ ଛାଡିଲେ :ଆଇଆଇସି ନିଲମ୍ବିତ

Published By : Suraj Kumar | June 19, 2025 9:05 PM

ଭୋଗରାଇ,୧୯।୬(ଆ.ପ୍ର): କିଛି ମାସ ତଳେ ଏକ ମଟରସାଇକେଲ ଅଦଳବଦଳ ଘଟଣାରେ ଜଣେ ଯୁବକଙ୍କୁ ବୁଧବାର ଭୋଗରାଇ ଥାନା ପୁଲିସ୍ ହାତ ଗୋଡ ବାନ୍ଧି ଥାନାରେ ଅଟକ ରଖିଥିଲା । ଏ ନେଇ ପରିବାର ଲୋକଙ୍କ ଠାରୁ ଖବରପାଇ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଭୋଗରାଇ ଥାନାରେ ପହଞ୍ଚିଥିଲେ।  ଘଟଣା ସମ୍ପର୍କରେ ଜାଣିବା ପରେ  ପୁଲିସ୍ ଉପରେ ଖୁବ୍ ବର୍ଷିଥିଲେ। ପରେ ସମ୍ପୃକ୍ତ ଯୁବକଙ୍କୁ ନୋଟିସ୍ ଦେଇ ପୁଲିସ ଛାଡ଼ିଥିଲା। ଏହି ଘଟଣା ପରେ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ  ନିଲମ୍ବନ କରାଯାଇଛି। 

କମର୍ଦ୍ଦା ଥାନା ଆରୁହାବୃତ୍ତି-୧ ପଞ୍ଚାୟତର ବାରବାଟିଆ ଗ୍ରାମର ମନ୍ମଥ ଦତ୍ତ ଜଳେଶ୍ଵର ଥାନା ଶାଳୀକୋଠା ଅଞ୍ଚଳରେ ଥିବା ନିଉ ସାଇଶ୍ରୀ ଅପେରାକୁ ନିଜ ମାଇକ୍ ସେଟ୍ ଭଡା ସୂତ୍ରରେ ଦେଇଥାନ୍ତି।  ଭୋଗରାଇ ଥାନା ଜୟରାମପୁର ଗ୍ରାମର କାର୍ତ୍ତିକ ଭୋଳ ସେଥିରେ ଅପରେଟର ଭାବରେ କରୁଥିଲେ । ଜଳେଶ୍ବରର ବ୍ଲକ ଛମୌଜ ଠାରେ ଯାତ୍ରା ଚାଲିଥିବା ବେଳେ କାର୍ତ୍ତିକ ନିଜ ପୁରୁଣା ଗାଡ଼ିକୁ ରଖିଦେଇ ମାଇକ୍ ମାଲିକଙ୍କ ନୁଆ ମଟରସାଇକେଲଟିକୁ ନେଇ ପଳାଇଯାଇଥିଲେ । ମନ୍ମଥ ଏହା  ଜାଣିପାରି ବାରମ୍ବାର କାର୍ତ୍ତିକକୁ ଗାଡ଼ି ଫେରାଇବାକୁ ଅନୁରୋଧ କରିଥିଲେ । ମାତ୍ର କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଗତ ମେ ମାସ ୨୦ ତାରିଖରେ ମନ୍ମଥଙ୍କ ପତ୍ନୀ ଜୟନ୍ତୀ ଦତ୍ତ ଭୋଗରାଇ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଭୋଗରାଇ ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ କରିବା ସହିତ କାର୍ତ୍ତିକକୁ ତୁରନ୍ତ ଥାନାରେ ହାଜର ହୋଇ ଗାଡ଼ି ଫେରାଇବାକୁ କହିଥିଲା । ହେଲେ ଅଭିଯୋଗକୁ ମାସେ ପୁରିବାକୁ ବସିଥିବା ବେଳେ କାର୍ତ୍ତିକ ଥାନାରେ ହାଜର ନହେବା ସହ ଗାଡ଼ି ଫେରାଇ ନ ଥିଲା। ବୁଧବାର ଭୋଗରାଇ ପୁଲିସ୍ ବାଇକ ସହିତ କାର୍ତ୍ତିକକୁ ଉଠାଇ ଆଣିଥିଲା।  ଥାନାରେ ଅଟକ ରଖିବା ସହିତ‌ ତା' ହାତ ଗୋଡ଼ ବାନ୍ଧି ରଖିଥିଲା। ଏ  ନେଇ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । 

ଅପରାହ୍ନରେ ହଠାତ୍ ବାଲେଶ୍ଵର ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସହିତ ଭୋଗରାଇ ବିଜେପି ନେତା ଆଶିଷ ପାତ୍ର ଓ ଶତାଧିକ ବିଜେପି କର୍ମୀ ଭୋଗରାଇ ଥାନାରେ ପହଞ୍ଚି କାର୍ତ୍ତିକକୁ କାହିଁକି ହାତ ଗୋଡ ବାନ୍ଧି ରଖିଛ ଓ ତା'ର ଦୋଷ କ'ଣ ବୋଲି ପଚାରିଥିଲେ । ଏଥିସହିତ ଭୋଗରାଇ ଥାନାରେ ଚାଲିଥିବା ବିଭିନ୍ନ ଅନ୍ୟାୟକୁ ନେଇ ଖୁବ୍ ବର୍ଷିଥିଲେ ସାଂସଦ । ଏହାପରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଆଇନ ଅନୁଯାୟୀ କାର୍ତ୍ତିକକୁ ତୁରନ୍ତ ନୋଟିସ ଦେଇ ଛାଡ଼ି ଦେବାକୁ ଥାନାଧିକାରୀ ବଲ୍ଲଭ ସାହୁଙ୍କୁ କହିଥିଲେ। ଏହା  ପରେ ଥାନାଧିକାରୀ ଶ୍ରୀ ସାହୁଙ୍କ ନିର୍ଦ୍ଦେଶରେ କାର୍ତ୍ତିକକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥାନୀୟ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରେ ସେଠାରୁ ଅଧିକ ପରୀକ୍ଷା ପାଇଁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଅପରପକ୍ଷରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବ ଜ୍ୟୋତି ଦାଶ ଏବଂ ଜଳେଶ୍ଵର ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀ ମାନସ କୁମାର ଦେଓ ଭୋଗରାଇ ଥାନାରେ ପହଞ୍ଚି ଉକ୍ତ ଘଟଣାର ତଦନ୍ତ କରିଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.