ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିହାରୀ ବନ୍ଧୁକ ବେପାରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ; ୫ ଗିରଫ

Published By : Harapriya Sethi | June 13, 2025 3:06 PM

ଭୁବନେଶ୍ୱର, ୧୩/୦୬: ରାଜଧାନୀରେ ଖଣି ମାଫିଆ, ନିଶା ମାଫିଆ, ଗୋରୁ ମାଫିଆଙ୍କୁ ବିକୁଥିଲେ ବିହାରୀ ବନ୍ଧୁକ । ବିହାରୀ ବନ୍ଧୁକ ବେପାରୀ ଗ୍ୟାଙ୍ଗକୁ କାବୁ କଲା କମିସନରେଟ ପୁଲିସ । ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହ ୬ଟି ବନ୍ଧୁକ ଓ ୧୮ ରାଉଣ୍ଡ ଗୁଳି ସହ ଏକ କାର୍‌ ଜବତ କରିଛି ପୁଲିସ ।

ସୂଚନା ମୁତାବକ, ଭୁବନେଶ୍ୱରରେ ଏହି ବନ୍ଧୁକ ବେପାରୀ ଗ୍ୟାଙ୍ଗ ଗତ ୫ମାସ ହେଲାଣି ସକ୍ରିୟ ହୋଇଥିଲା । ଜଟଣୀରେ ଭଡା ଘରେ ରହି ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ବନ୍ଧୁକ ଆଣି ବେପାର କରୁଥିଲା । ବନ୍ଧୁକ ଗୋଟାକୁ ୪୦ ହଜାର ଟଙ୍କାରେ ପେଖରୀପୁଟ ଅଞ୍ଚଳର ଖଣି ମାଫିଆ, ନିଶା ମାଫିଆ, ଗୋରୁ ମାଫିଆଙ୍କୁ ବିକୁଥିଲେ । ଏହି ଗ୍ୟାଙ୍ଗକୁ ଗୁରୁବାର କାବୁ କରିଛି କମିସନରେଟ ପୁଲିସ । ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହ ୬ଟି ବନ୍ଧୁକ ଓ ୧୮ ରାଉଣ୍ଡ ଗୁଳି ସହ ଏକ କାର୍‌ ମଧ୍ୟ ଜବତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.