ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଓୟୁଏଟି ପକ୍ଷରୁ ଡିଜିଟାଲ୍‌ କର୍ମଶାଳା

Published By : Harapriya Sethi | June 21, 2025 1:25 PM

ଭୁବନେଶ୍ୱର,୨୧/୦୬: ଓୟୁଏଟିରେ ତିନିଦିନିଆ ଡିଜିଟାଲ୍‌ କୃଷି କ୍ଷେତ୍ରରେ ଶିକ୍ଷା ସମ୍ପ୍ରସାରଣ କୌଶଳକୁ ନେଇ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଥିଲେ, ସ୍ମାର୍ଟ କୃଷି ପଦ୍ଧତି ପ୍ରୟୋଗ ଫଳରେ ଚାଷୀଙ୍କୁ ଅଧିକ ସଫଳତା ମିଳିପାରୁଛି । 

ଏହି ୩ ଦିନିଆ ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବେ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ପୂର୍ବତନ ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ରାଉତ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଆଇସିଏଆରର ପୂର୍ବତନ ଡିଡିଜି (ସମ୍ପ୍ରସାରଣ) ଡ. ପି. ଦାସ, କୃଷି କ୍ଷେତ୍ରରେ ଡିଜିଟାଲ ଟୁଲର ଆବଶ୍ୟକତା ଉପରେ ମତ ରଖିଥିଲେ । କୃଷି ଯୋଜନା ଆୟୋଗ, ଭାରତ ସରକାରଙ୍କ ପୂର୍ବତନ ପରାମର୍ଶଦାତା ଡ. ଭି. ଭି. ସଦାମତେ କୃଷି ସମ୍ପ୍ରସାରଣ କ୍ଷେତ୍ରରେ ଆଗାମୀ ପଦକ୍ଷେପ ଉପରେ କହିଛନ୍ତି । ଓୟୁଏଟି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହୃଷିକେଶ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ସମ୍ପାଦକ ପ୍ରଫେସର ମହାମାୟା ନାୟକ ଧନ୍ୟବାଦ ଦେଇଥିଲେ । ଡ଼. ଚକ୍ରଧର ପାତ୍ର ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.