ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପୁଲିସକୁ ଦୁର୍ବ୍ୟବହାର : ୪ ଗିରଫ

Published By : Suraj Kumar | June 17, 2025 6:07 PM

ପୋଲସରା, ୧୭।୬ : ପୁଲିସଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ  ପୋଲସରା ପୋଲିସ ମଙ୍ଗଳବାର ୪ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ଖୋଜାପଲ୍ଲୀ  ଗ୍ରାମର ସନ୍ତୋଷ ସ୍ୱାଇଁ, ଦିଲ୍ଲୀପ ବିଷୋୟୀ, ମଙ୍ଗୁଳୁ ସ୍ୱାଇଁ ଓ କାଳିଆ ବିଷୋୟୀ |

ରଜ ସଂକ୍ରାନ୍ତି ଦିନ କସିପଡା ସ୍ଥିତ ମା’ ସିଂହାସନିଙ୍କ ଶକ୍ତିପୀଠକୁ ଖୋଜାପଲ୍ଲୀ ଗ୍ରାମର ଏହି ୪ ଜଣ ଯାଉଥିଲେ। ଏହି ସମୟରେ ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ  ଡ୍ୟୁଟିରେ ଥିବା ବେଗୁନିଆପଡା ଥାନାଧିକାରୀ ନିରଞ୍ଜନ ପୂଜାରୀଙ୍କୁ  ୪ଜଣ ବ୍ୟକ୍ତି  ପାଟିତୁଣ୍ଡ କରିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ଥାନାରେ  ଅଭିଯୋଗ ପରେ ପୋଲସରା ଥାନାଧିକାରୀ କୌଶିକ ମାଝୀ  ୪ ଜଣଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.