ମୁମ୍ବାଇ ୧୮/୦୬: ୨୦୨୪ରେ ରିଲିଜ୍ ହୋଇଥିଲା ସଞ୍ଜୟ ଲୀଲା ଭନ୍ସାଲିଙ୍କ ବହୁଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ । ସେଥିରେ ଅଦିତି ରାଓ ହାଇଦରିଙ୍କ ଦମ୍ଦାର ଅଭିନୟକୁ ଅନେକ ପ୍ରଶଂସା ମିଳିଥିଲା । କିନ୍ତୁ ଏହା ସତ୍ତେ୍ୱ ଅଦିତିଙ୍କ ହାତରେ ଏବେ କୌଣସି ନୂଆ ପ୍ରୋଜେକ୍ଟ ନାହିଁ । ନିକଟରେ ଏକ ସାକ୍ଷାତକାରରେ ସେ ନିଜେ ଏହା ପ୍ରକାଶ କରିଛନ୍ତି ।
ଅଦିତିଙ୍କ ଅନୁସାରେ, ‘ହୀରାମଣ୍ଡି’ ତାଙ୍କ କ୍ୟାରିୟର ଲାଗି ଟର୍ଣ୍ଣିଂପଏଣ୍ଟ ସାବ୍ୟସ୍ତ ହୋଇପାରିନାହିଁ । ସେଥିରେ ଅଭିନୟ ଲାଗି ତାଙ୍କୁ ଦର୍ଶକଙ୍କ ସମେତ ସମାଲୋଚକଙ୍କ ନିକଟରୁ ବହୁ ପ୍ରଶଂସା ମିଳିଥିଲା । କିନ୍ତୁ ଏହାସତ୍ତେ୍ୱ ତାଙ୍କୁ ଆଉ କୌଣସି ପ୍ରୋଜେକ୍ଟ ମିଳିନାହିଁ । ତେବେ ସମୟ ବଦଳିବ । ‘ହୀରାମଣ୍ଡି’ର ସଫଳତା ପରେ ମହିଳାକୈନ୍ଦ୍ରିକ ଶୋ’କୁ ବଡ଼ ବଜେଟ୍ ଓ ଗୁରୁତ୍ୱ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଯଦିଓ ‘ହୀରାମଣ୍ଡି’ ପରେ ଅଦିତି ଆଉ କୌଣସି ନୂଆ ପ୍ରୋଜେକ୍ଟ ପାଇନାହାନ୍ତି ତେବେ ଆଗକୁ ସେ ଇମ୍ତିଆଜ୍ ଅଲୀଙ୍କର ‘ଓ ସାଥୀ ରେ’ ରେ ନଜର ଆସିବେ । ସେଥିରେ ତାଙ୍କ ବିପକ୍ଷରେ ଅବିନାଶ ତିୱାରୀଙ୍କୁ ଦେଖିବାକୁ ମିଳିବ ।