ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାମାୟଣରେ କାମ କରିବାକୁ ମନା କରିଥିଲେ ପ୍ରିୟଙ୍କା, ସୂପର୍ଣ୍ଣଖା ଭୂମିକା ପାଇଁ ମିଳିଥିଲା ଅଫର୍‌

Published By : Krishna Priya | June 24, 2025 9:28 AM

ମୁମ୍ବାଇ ୨୪/୦୬: ନୀତେଶ ତିୱାରୀଙ୍କ ‘ରାମାୟଣ’କୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଛି। ପୌରାଣିକ କାହାଣୀକୁ ନେଇ ଏଭଳି ଏକ ବିଗ୍‌ ବଜେଟର ଫିଲ୍ମ ନିର୍ମାଣ କରାଯାଉଥିବାରୁ  ଉତ୍ତର ଠୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ଦର୍ଶକ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି। ଏଥିରେ ବଲିଉଡର ଏକାଧିକ କଳାକାର କାମ କରୁଛନ୍ତି।

‘ରାମାୟଣ’ରେ ରାମ ଭୂମିକାରେ ରଣବୀର କପୁର, ସୀତା ଭୂମିକାରେ ସାଇ ପଲ୍ଲବୀ ଓ ରାବଣ ଭୂମିକାରେ ୟଶ୍‌ ନଜର ଆସିବେ। ଏଥିରେ ରକୁଲ ପ୍ରୀତ ସିଂହ ସୂପର୍ଣ୍ଣଖା ଭୂମିକାରେ ଅଭିନୟ କରୁଛନ୍ତି। ରକୁଲଙ୍କ ପୂର୍ବରୁ ଏହି ଭୂମିକା ପ୍ରିୟଙ୍କା ଚୋପ୍ରାଙ୍କୁ ଅଫର୍‌ ହୋଇଥିଲା। କିନ୍ତୁ ପ୍ରିୟଙ୍କା ଅନେକ ଅନ୍ତର୍ଜାତୀୟ ସ୍ତରୀୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ସେ ଏହି ଫିଲ୍ମ ପାଇଁ ସମୟ ବାହାର କରିପାରି ନ ଥିଲେ। ଏହା ପରେ ରକୁଲଙ୍କୁ ଏହି ଅଫର୍‌ ମିଳିଥିଲା। ସେ ମଧ୍ୟ ଏହି ଭୂମିକାରେ ପୁରାପୁରି ଫିଟ୍‌ ହୋଇ ଯାଇଥିଲେ। ତେବେ ପ୍ରିୟଙ୍କାଙ୍କୁ ହିନ୍ଦୀ ଫିଲ୍ମରେ ଦେଖିବା ପାଇଁ ଭାରତୀୟ ଦର୍ଶକ ଅନେକ ଦିନରୁ ଅପେକ୍ଷା କରିଛନ୍ତି। ସେ ଶେଷ ଥର ପାଇଁ ‘ସ୍କାଏ ଇଜ୍‌ ପିଙ୍କ୍‌’ ଫିଲ୍ମରେ ନଜର ଆସିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.