ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅଲଗା ହେଲେ ଅକ୍ଷରାଙ୍କ ବାପା-ମାଆ, ବିବାହର ୧୬ ବର୍ଷ ପରେ ସ୍ୱାମୀଙ୍କଠୁ ଛାଡ଼ପତ୍ର ନେଲେ ଲତା ସବରୱାଲ

Published By : Ankita S | June 22, 2025 8:59 AM

ମୁମ୍ବାଇ,୨୨/୦୬: ସୁଟିଂ ସେଟ୍‌ରୁ ଦେଖା ହୋଇଥିଲା । ଦୁହେଁ ଦୁହିଁଙ୍କୁ ହୃଦୟ ଦେଇଥିଲେ । ବିବାହ ପାଇଁ ପତ୍ନୀଙ୍କଠୁ ନେଇଥିଲେ ଅନୁମତି । ଏମିତି ପୁରଣ ହୋଇଥିବା ଟିଭି ସିରିୟଲ 'ୟେ ରିସ୍ତା କ୍ୟାୟା କେହେ ଲାତା ହୈ' ପପୁଲାର ଯୋଡ଼ିଙ୍କ ପ୍ରେମ କାହାଣୀ । ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ଲତା ସବରୱାଲ ତାଙ୍କ ସ୍ୱାମୀଙ୍କଠୁ ଅଲଗା ହୋଇଛନ୍ତି । ବିବାହର ୧୬ ବର୍ଷ ପରେ ସ୍ବାମୀ ସଞ୍ଜୀବ ସେଠ୍‌ଙ୍କଠୁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି ଲତା । ଏ ନେଇ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ସୂଚନା ଦେଇ ଇମୋସନାନ ପୋଷ୍ଟ କରିଛନ୍ତି ଲତା ।

ସ୍ୱାମୀ ସଞ୍ଜୀବଙ୍କଠୁ ଅଲଗା ହେବା ନିଷ୍ପତ୍ତି ପରେ ଇନଷ୍ଟାଗ୍ରାମ୍‌ରେ ଇମୋସନାଲ ପୋଷ୍ଟ କରି ଲତା ଲେଖିଛନ୍ତି, '' ମୁଁ ଘୋଷଣା କରଛି କି ସ୍ୱାମୀ ସଞ୍ଜୀବ ସେଠ୍‌ଙ୍କଠୁ ଅଲଗା ହୋଇଛି । ସଞ୍ଜୀବଙ୍କୁ ତାଙ୍କ ଆଗାମୀ ଜୀବନ ପାଇଁ ଶୁଭକାମନା ଦେଉଛି । ତାଙ୍କୁ ଧନ୍ୟବାଦ ବି ଦେଉଛି । ସେ ମୋତେ ଏକ ସୁନ୍ଦର ପୁଅ ଦେଇଛନ୍ତି । ସମସ୍ତଙ୍କୁ ଅନୁରୋଧ କରୁଛି ଆମର ପ୍ରାଇଭେସିର ସମ୍ମାନ କରନ୍ତୁ । ଆମକୁ କୌଣସି ପ୍ରକାର ମେସେଜ କି କଲ୍ କରନ୍ତୁ ନାହିଁ ।''

୨୦୧୦ରେ ଲତା ଓ ସଞ୍ଜୀବ ବିବାହ କରିଥିଲେ । କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ କିଛି ଠିକ୍‌ ନଥିଲା କୁହାଯାଉଥିଲା । ଟିଭି ସରିଏଲ 'ୟେ ରିସ୍ତା କ୍ୟାୟା କେହେ ଲାତା ହୈ'ରେ ଦୁହିଁଙ୍କର ଦେଖା ହୋଇଥିଲା । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆଗକୁ ବଢିଥିଲା । ସଞ୍ଜୀବ ତାଙ୍କ ପ୍ରଥମ ପତ୍ନୀ ରେଶମ ଟେପନିଶଙ୍କୁ ଛାଡପତ୍ର ଦେଇ ସାରିଥିଲେ । ଦୁଇ ପିଲାଙ୍କ ପିତା ସଞ୍ଜୀବ ପରେ ଲତାଙ୍କୁ ବିବାହ କରିଥିଲେ । ଲତାଙ୍କୁ ବିବାହ କରିବା ପୂର୍ବରୁ ପ୍ରଥମ ପତ୍ନୀ ଓ ପିଲାଙ୍କ ଅନୁମତି ନେଇଥିଲେ ସଞ୍ଜୀବ । 

ଅଧିକ ପଢନ୍ତୁ...ସାଇବର ସୁରକ୍ଷାକୁ ନେଇ କଲର ଟ୍ୟୁନ୍‌ ବନ୍ଦ ପାଇଁ ଦାବି, ସବୁଠୁ ଲୋକପ୍ରିୟ ସ୍ବର ଏବେ ବିରକ୍ତିର କାରଣ

ପପୁଲାର ଟିଭି ସରିଏଲ 'ୟେ ରିସ୍ତା କ୍ୟାୟା କେହେ ଲାତା ହୈ'ର ବେଶ୍‌ ଚର୍ଚ୍ଚିତ ଯୋଡ଼ି ଥିଲେ ଲତା-ସଞ୍ଜୀବ । ଅଭିନେତ୍ରୀ ହିନା ଖାନ୍‌ ଯିଏ କି ଉକ୍ତ ସିରିୟଲରେ ଅକ୍ଷରା ଚରିତ୍ରରେ ନଜର ଆସିଥିଲେ । ତାଙ୍କର  ବାପା-ମାଆ ଭୂମିକାରେ ନଜର ଆସିଥିଲେ ଲତା ସବରୱାଲ ଓ ସଞ୍ଜୀବ ସେଠ୍‌ । ଏହେ ଛଡା ଲତା ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ସାହିଦ କପୁରଙ୍କ ଅଭିନୀତ 'ବିବାହ' ଫିଲ୍ମରେ ତାଙ୍କ ଭାଉଜ ଭୂମିକାରେ ନଜର ଆସିଥିଲେ ଲତା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.