ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ବାରମ୍ୱାର ଆଙ୍ଗୁଠି ଫୁଟାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ...

Published By : Harapriya Sethi | May 31, 2025 12:32 PM

ଅନେକ ଲୋକଙ୍କୁ ଖାଲି କିମ୍ବା କିଛି କାମ କରୁଥିବା ସମୟରେ ଆଙ୍ଗୁଠି ଫୁଟାଇବାକୁ ଭଲ ଲାଗିଥାଏ। କିନ୍ତୁ ଧୀରେ ଧୀରେ ଏହା ଏକ ଖରାପ ଅଭ୍ୟାସରେ ପରିବର୍ତ୍ତନ ହୋଇଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହୋଇପାରେ ହାନିକାରକ। ଏହା ଦ୍ୱାରା ଆପଣ ଅଜଣାତରେ ଦେଉଛନ୍ତି ରୋଗକୁ ନିମନ୍ତ୍ରଣ। ଆସନ୍ତୁ ଏହା ବିଷୟରେ ବିସ୍ତାରରେ ଜାଣିବା।

ଡାକ୍ତରଙ୍କ ଅନୁଯାୟୀ, ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠି ଫୁଲା ରୋଗର ସମ୍ଭାବନା ଥାଏ। ଆଙ୍ଗୁଠି ଫୁଟାଇବା ସମୟରେ ଏହାର ଗଣ୍ଠଉପରେ ପ୍ରଭାବ ପକାଇବା ସହ ଗଣ୍ଠିର ହାଡ ମଧ୍ୟରେ ଥିବା ଦୂରତାକୁ ବଢ଼ାଇବାରେ ଲାଗିଥାଏ। ଶରୀରର ହାଡ଼ ଲିଗାମେଣ୍ଟ ସହ ଯୋଡ଼ି ହୋଇରହିଥାଏ ଯାହାକୁ ଗଣ୍ଠି କୁହାଯାଇଥାଏ। ଏହି ଗଣ୍ଠି ମଧ୍ୟରେ କାର୍ବନ ଡ଼ାଇ ଆକ୍ସସାଇଡ଼ ରହିଥାଏ ଯାହା ଗଣ୍ଠିମଧ୍ୟରେ ଗ୍ରୀସ୍ ବା ତୈଳ ପଦାର୍ଥ ଭାବେ କାମ କରିଥାଏ। ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ଏହି ଦ୍ରବ୍ୟ ଶେଷ ହୋଇଯାଇଥାଏ।

ଆଙ୍ଗୁଠି ଫୁଟାଇଲେ କାହିଁକି ଆସେ ଶବ୍ଦ : ଗଣ୍ଠି ଗୁଡ଼ିକରେ ଚାପ କମ ହେବା ଦ୍ୱାରା ଖାଲି ସ୍ଥାନ ସୃଷ୍ଟି ହୋଇଥାଏ। ଯେଉଁଥିରେ କାର୍ବନ ଡ଼ାଇଅକ୍ସସାଇଡ଼ ଭର୍ତ୍ତି ହୋଇ ଫୋଟକା ସୃଷ୍ଟି କରିଥାଏ। ଯାହା ଫଳରେ ଆଙ୍ଗୁଠି ଫୁଟାଇଲେ ଶବ୍ଦ ଶୁଣାଯାଇଥାଏ। ଏହି ଫୋଟକା ଫୁଟିଲା ପରେ ଏହା ଆଉଥରେ ପ୍ରସ୍ତୁତ ହେବା ପାଇଁ ୧୫-୩୦ ମିନିଟ ସମୟ ଲାଗିଥାଏ। ଏଥିପାଇଁ ସାଙ୍ଗେ ସାଙ୍ଗେ ଆଙ୍ଗୁଠି ଫୁଟାଇବା ଦ୍ୱାରା କିଛି ଶବ୍ଦ ଶୁଣା ଯାଇନଥାଏ।

କିନ୍ତୁ ଧ୍ୟାନ ରଖନ୍ତୁ ,ବାରମ୍ବାର ଏପରି କରିବା ଦ୍ୱାରା ଗଣ୍ଠି ଗୁଡ଼ିକ ର୍ଦୁବଳ ହୋଇଯାଇଥାଏ । ଆଙ୍ଗୁଠିର ଗଣ୍ଠିରେ ସଠିକ ଭାବେ କାର୍ବନ ଡ଼ାଇଅକ୍ସସାଇଡ଼ ଉତ୍ପନ୍ନ ହୋଇନଥାଏ। ଫଳରେ ଗଣ୍ଠି ଫୁଲା ରୋଗ ହୋଇଥାଏ। ଏଣୁ ଯଦି ଆପଣଙ୍କର ଅଙ୍ଗୁଠି ଫୁଟାଇବା ଅଭ୍ୟାସ ଅଛି ତେବେ ଯେତେ ଶୀଘ୍ର ପାରୁଛନ୍ତି ବଦଳିବାକୁ ଚେଷ୍ଟା କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.