ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା; ସୁବ୍ରତ ଏବଂ ରାଜକିଶୋରଙ୍କୁ ସାହିତ୍ୟ ଏକାଡେମୀ ସମ୍ମାନ

Published By : Ankita S | June 18, 2025 2:59 PM

ଭୁବନେଶ୍ୱର,୧୮/୦୬: କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା ହୋଇଛି । ସୁବ୍ରତ ସେନାପତି ଏବଂ ରାଜକିଶୋର ପାଢୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯିବ । 'କଦମ୍ବ ବନ' ପାଇଁ ଯୁବ ଲେଖକ ସୁବ୍ରତ କୁମାର ସେନାପତି ଏବଂ 'କେତେ ଫୁଲ ଫୁଟିଛି' ବହି ପାଇଁ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ପାଇବେ ୨୦୨୫ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ ପୁରସ୍କାର I

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ କାର୍ଯ୍ୟନିର୍ବାହୀ ବୈଠକ ନିଷ୍ପତ୍ତି କ୍ରମେ ୨୦୨୫ ବର୍ଷ ପାଇଁ ଏକାଡେମୀ ଯୁବ ଏବଂ ବାଲ ପୁରସ୍କାର ଘୋଷଣା ହୋଇଛି l 'କେତେ ଫୁଲ ଫୁଟିଛି' ପୁସ୍ତକ ପାଇଁ ପୁରସ୍କୃତ ହେଲେ ରାଜକିଶୋର ପାଢ଼ୀ । ସୁବ୍ରତ ସେନାପତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର । 'କଦମ୍ବ ବନ' ପୁରସ୍କାର ପାଇଁ ପୁରସ୍କୃତ ହେବେ । ପୁରସ୍କାର ଘୋଷଣା ପରେ ଉଭୟଙ୍କୁ ବିଭିନ୍ନ ମହଲରୁ  ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଉଭୟ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା, ଉପଢୌକନ ଓ ସ୍ମାରକୀ ପ୍ରଦାନ କରାଯାଇଥାଏ ।

ଚଳିତ ବର୍ଷ ଯୁବ ପୁରସ୍କାର ଚୂଡାନ୍ତ ବିଚାରକ ମଣ୍ଡଳୀରେ ବିଶିଷ୍ଟ ସାହିତ୍ୟିକ ଯଶୋଧାରା ମିଶ୍ର, ରବି ସ୍ୱାଇଁ, ସୁଭାଷ ଶତପଥି ଏବଂ ବାଲ ପୁରସ୍କାର ଚୂଡାନ୍ତ ବିଚାରକ ମଣ୍ଡଳୀରେ  ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନ, ଡ. ଶକୁନ୍ତଳା ବଳିୟାରସିଂହ ଏବଂ ରାମଚନ୍ଦ୍ର ନାୟକ ପ୍ରମୁଖ ଥିଲେ ବୋଲି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଗୌରହରୀ ଦାସ ସୂଚନା ଦେଇଛନ୍ତି l ଏକାଡେମୀ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଅତିଥିଙ୍କ ଦ୍ୱାରା ଉଭୟ ମନୋନୀତ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ l



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.