ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନିଳାଦ୍ରୀ ବିହାର ଏଟିଏମ ଛକ ରାସ୍ତାରେ ଭାସୁଛି ମଇଳା ପାଣି

Published By : Harapriya Sethi | June 21, 2025 1:11 PM

ଚନ୍ଦ୍ରଶେଖରପୁର, ୨୧/୦୬: ସ୍ୱେରେଜ୍‌ ଚାମ୍ବରରୁ ଅନବରତ ମଇଳା ପାଣି ବାହରୁଛି । ଦୁର୍ଗନ୍ଧ ପରିବେଶରେ ପୋକ ସାଲୁବାଲୁ ହେଉଛନ୍ତି । ସେ ରାସ୍ତାରେ ଲୋକେ ନାକରେ ହାତ ଦେଇ ଯାଉଛନ୍ତି । ଆଉ ଚାଲିକରି ଯିବା ଲୋକଙ୍କ କଥା ନକହିବା ଭଲ  । ଅଣ୍ଠୁଏ ଉଚ୍ଚରେ ଡ୍ରେସ୍‌ ଉଠାଇ ଯିବାକୁ ପଡୁଛି । ଗାଡ଼ିରେ ଗଲେ ମଇଳା ପାଣି ଉପରକୁ ଛିଟିକି ପଡୁଛି । ସେହି ବାଟ ଦେଇ ଯିଏ ଯାଉଛି ସିଏ କହୁଛି ଛି ଛି... ଥୁ ଥୁ.... । ଏ ହେଉଛି ନୀଳାଦ୍ରି ବିହାର ଏଟିଏମ ଛକ ସ୍ଥିତ ମାଳିତୀ ମେନସନ୍‌ ଆପାର୍ଟମେଣ୍ଟ ସାମ୍ନାର ଚିତ୍ର ।  ଦୁଇ ବର୍ଷ ହେବ ଏଠି ମଇଳା ପାଣିରେ କଲବଲ ହେଉଛନ୍ତି ଲୋକେ । ସ୍ୱେରେଜ୍‌ ଚାମ୍ବର ଜାମ୍‌ ହୋଇଯାଇଥିବାରୁ ରାସ୍ତା ଉପରେ ଲହଡ଼ି ମାରୁଛି ମଇଳା ପାଣି । ଆଉ ବର୍ଷା ହେଲେ ସ୍ଥିତି ଅଣାୟତ୍ତ ହୋଇପଡୁଛି । ଭୁସଭୁସ୍‌ ହୋଇ ପାଣି ବାହାରୁଛି । ଏନେଇ ସ୍ଥାନୀୟ ଲୋକେ ବିଏମସି ଓ ୱାଟ୍‌କୋ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଏହାର ସମାଧାନ ହୋଇନାହିଁ ।

ଏହି ରାସ୍ତା ନୀଳାଦ୍ରି ବିହାର-ଚନ୍ଦ୍ରଶେଖରପୁର ପେଟ୍ରେଲ ପମ୍ପ ମୁଖ୍ୟରାସ୍ତା ହୋଇଥିବାରୁ ଏଥିରେ ଦୈନିକ ହଜାର ହଜାର ଲୋକେ ଯିବା ଆସିବା କରୁଛନ୍ତି । ଏହି କଦର୍ଯ୍ୟ ପରିବେଶରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଜଳଖିଆ ଦୋକାନୀ ବିଜୟ ସାହୁ କହିଛନ୍ତି ପ୍ରାୟ ସମୟରେ ଚାମ୍ବରରୁ ଗନ୍ଧ ପାଣି ବାହାରୁଛି । ସ୍ଥାନୀୟ ବାସିନ୍ଦା ଜିତେନ୍ଦ୍ର କର ଓ ବଜାର ସଂଘ ସଭାପତି ତାରକ ମହାନ୍ତି କହିଛନ୍ତି, ନିର୍ମାଣରେ ତ୍ରୁଟି ଥିବାରୁ ୨ ବର୍ଷ ହେବ ଏପରି ପାଣି ବାହାରୁଛି । ମରାମତି ହେଉଛି, କିନ୍ତୁ ୪ ଦିନ ପରେ ପୁଣି ମଇଳା ପାଣି ବାହାରୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.