ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନିଜର ହକ ପାଇଁ ଦିଶାରୀ, ଗୁଣିଆ, ପୂଜାରୀ ଙ୍କ ଶୋଭାଯାତ୍ରା; ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କରିଲେ ବିକ୍ଷୋଭ ପ୍ରଦର୍ଶନ

Published By : Bijay Swain | June 19, 2025 9:24 PM

ମାଲକାନଗିରି, ୧୯/୬(ଆପ୍ର): ନିଜର ହକ ପାଇଁ ଦିଶାରୀ, ଗୁଣିଆ, ପୂଜାରୀ ଆଜି ମାଲକାନଗିରି ଜିଲ୍ଲା ସଦର ମହାକୁମାରେ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅଭିନବ ଉପାୟରେ ଢେମସା ନୃତ୍ୟ ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରି ନିଜର ଦାବି ଉପସ୍ଥାପନା କରିଛନ୍ତି। ମାଲକାନାଗି ଜିଲ୍ଲାର ୱାଡେ ବା ଶିରା ଓ ପୂଜାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବା ସହିତ ସାତ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। 

ସଭାପତି ଶୁକ୍ରୀ ମାଡକାମି, ଉପସଭାପତି ଇର୍ମା ମାଢି, ନାରାୟଣ ମାଡକାମି, ସରୋଜ କୁମାର ପଡିଆମୀ, ନରେଶ ଖରା, ଲଳିତ ମାଡକାମୀଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ସିରା, ଦିଶାରୀ, ଗୁଣିଆ, ୱାର୍ଡେ ମହିଳା ଓ ପୁରୁଷମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହିଳାମାନେ ହାତ ଧରାଧରି ହୋଇ ଢେମସା ନୃତ୍ୟ କରୁଥିବା ବେଳେ ପୁରୁଷ ଲୋକମାନେ ମହୁରୀ ଓ ଅନ୍ୟାନ ଢୋଲ ବାଜା ବଜାଇଥିଲେ।

ମାଲକାନାଗିରି ଜିଲ୍ଲାର ସମସ୍ତ ୱାଡେ, ଶିରା ଓ ପୂଜାରୀଙ୍କୁ ପ୍ରତିନିଧିତ୍ୱ କରୁଥିବା ପାହାନ୍ଧୀ ପାରି କୁପାର ଲିଙ୍ଗ ବାଲରାଜ୍, ପତିରାଜ୍, କାନମରାଜ୍, ମୁଦ୍ୟୋଲାମ୍ମା ଟ୍ରଷ୍ଟ ପକ୍ଷରୁ ଶୋଭାଯାତ୍ରା ଓ ସାତ ଦଫା ଦାବି ଉପସ୍ଥାପନା କରାଯାଇଛି। 

ମାଲକାନଗିରି ଜିଲ୍ଲାରେ ଥିବା ଶିରା, ୱାଡେ, ପୂଜାରୀ ମାନଙ୍କର ବିଭିନ୍ନ ଦାବି ନେଇ ଆଜି ୧୪ଟି ବିଭିନ୍ନ ଜାତି ବା ଜନଜାତିର ଶିରା ପୂଜାରୀ ୱାଡେ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କାହିଁ କେଉଁ କାଳରୁ ୱାଡେ ଓ ଶିରା, ପୂଜାରୀ ମାନେ ପୂଜା କାର୍ଯ୍ୟ ସହ ବିଭିନ୍ନ ବିବାହ, ଅନ୍ତିମ ସଂସ୍କାର, ଭଳି କାର୍ଯ୍ୟ କରିବା ସହ ଅନବରତ ଭାବେ ନିଜର କର୍ତ୍ତବ୍ୟ ପାଳନ କରି ଆସୁଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ସେମାନଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ ସହାନୁଭୂତି ମିଳୁନାହିଁ । ତେଣୁ ଶିରା, ପୂଜାରୀ ମାନଙ୍କୁ ବିଭିନ୍ନ ସହାୟତା ଓ ମାନ୍ୟତା ଦେବା ପାଇଁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ମୋଟ ୭ଟି ଦାବି ରହିଥିବା ବେଳେ ମୁଖ୍ୟ ଦାବି ଗୁଡିକ ମଧ୍ୟରେ ସମସ୍ତ ୱାଦେ ଶିରା ଓ ପୂଜାରୀ ମାନଙ୍କୁ ମାସିକ ଭତ୍ତା ପ୍ରଦାନ, ବିଭିନ୍ନ ସ୍ଥାନକୁ ପୂଜାର୍ଚ୍ଚନା କରିବା ପାଇଁ ଯିବା ବେଳେ ରହିବା ଓ ଖାଇବା ପାଇଁ ବିଶ୍ରାମଗାର, ଜିଲ୍ଲାର ସମସ୍ତ ଆଦିବାସୀ ଦେବାଳୟରେ ୱାଡେ, ଶିରା ଓ ପୂଜାରୀ ରହିବା ପାଇଁ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଭଳି ଅନେକ ଦାବି ଉଲ୍ଲେଖ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.