ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଲିଡ୍ସ ଟେଷ୍ଟ - ପ୍ରଥମ ଇନିଂସରେ ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍; ଚତୁର୍ଦ୍ଦଶ ଥର ପାଇଁ ଏକାଥରେ ୫ ୱିକେଟ୍ ନେଲେ ବୁମରାହ

Published By : Bijay Swain | June 22, 2025 8:39 PM

Image courtesy: BCCI

ଲିଡ୍ସ: ତେନ୍ଦୁଲକର-ଏଣ୍ଡରସନ ଟ୍ରଫିର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଇନିଂସରେ ୬ ରନର ଆଗୁଆ ରହିଛି। ରବିବାର ଭାରତୀୟ ବୋଲରମାନେ ଇଂଲଣ୍ଡ ଦଳକୁ ୪୬୫ ରନରେ ଅଲଆଉଟ କରିଥିଲେ। ଭାରତ ପ୍ରଥମ ଇନିଂସରେ ୪୭୧ ରନ କରିଥିଲା।




ଲିଡ୍ସର ହେଡିଙ୍ଗଲି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ର ତୃତୀୟ ଦିନରେ ଇଂଲଣ୍ଡ ୨୦୯/୩ ସ୍କୋରରୁ ଖେଳିବା ଆରମ୍ଭ କରିଥିଲା। ଓଲି ପୋପ୍ ୧୦୬, ହ୍ୟାରି ବ୍ରୁକ୍ ୯୯ ଏବଂ ବେନ୍ ଡକେଟ ୬୨ ରନ କରିବା ପରେ ଆଉଟ ହୋଇଥିଲେ। ଜେମି ସ୍ମିଥ୍ ୪୦ ଏବଂ କ୍ରିସ୍ ୱକ୍ସ ୩୮ ରନ କରିଥିଲେ। ଭାରତ ପକ୍ଷରୁ ଜସପ୍ରିତ ବୁମରାହ ୫ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣ ୩ ଏବଂ ମହମ୍ମଦ ସିରାଜ ୨ଟି ୱିକେଟ ନେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.