ଲିଡ୍ସ: ଶନିବାର ଦିନ ଇଂଲଣ୍ଡ ତେନ୍ଦୁଲକର-ଏଣ୍ଡରସନ ଟ୍ରଫିର ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି। ଖେଳ ଶେଷ ହେବା ପର୍ଯ୍ୟନ୍ତ, ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୩ ୱିକେଟ ହରାଇ ୨୦୯ ରନ ସଂଗ୍ରହ କରିଛି। ଓଲି ପୋପ୍ ୧୦୦ ରନ କରି ଅପରାଜିତ ଫେରିଛନ୍ତି। ଜୋ ରୁଟ୍ ୨୮, ବେନ୍ ଡକେଟ ୬୨ ଏବଂ ଜ୍ୟାକ୍ କ୍ରାଉଲି ୪ ରନ କରି ଆଉଟ ହୋଇଛନ୍ତି। ଏହି ତିନି ଜଣଙ୍କୁ ଜସପ୍ରିତ ବୁମରାହ ଆଉଟ କରିଛନ୍ତି।
ଭାରତୀୟ ଦଳ ଲିଡ୍ସର ହେଡିଙ୍ଗଲି କ୍ରିକେଟ ଷ୍ଟାଡିୟମରେ ୩୫୯/୩ ସ୍କୋରରୁ ଖେଳିବା ଆରମ୍ଭ କରିଥିଲା ଏବଂ ୪୭୧ ରନରେ ଅଲଆଉଟ୍ ହୋଇଥିଲା। ଅଧିନାୟକ ଶୁଭମନ ଗିଲ୍ ୧୪୭, ରିଷଭ ପନ୍ତ ୧୩୪ ଏବଂ ଯଶସ୍ୱୀ ଜୟସ୍ୱାଲ ୧୦୧ ରନ କରିଥିଲେ। କେଏଲ ରାହୁଲ ୪୨ ରନର ପାରି ଖେଳିଥିଲେ।
ଦୀର୍ଘ ୨୩ ବର୍ଷର ପ୍ରତିକ୍ଷା ପରେ ହେଡିଙ୍ଗଲି କ୍ରିକେଟ ଗ୍ରାଉଣ୍ଡରେ ୩ ଜଣ ଭାରତୀୟ ବ୍ୟାଟସମ୍ୟାନ ଗୋଟିଏ ଇନିଂସରେ ଶତକ ହାସଲ କରିଛନ୍ତି । ୨୦୦୩ ରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲି ସମାନ ଗ୍ରାଉଣ୍ଡରେ ଶତକ ହାସଲ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ଏବଂ ଜୋଶ୍ ଟଙ୍ଗ୍ ପ୍ରତ୍ୟେକ ୪ ୱିକେଟ ନେଇଥିଲେ।