ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅଡୁଆରେ 'କେସରୀ ଚାପ୍ଟର ୨', ଫିଲ୍ମ ନିର୍ମାତାଙ୍କ ନାଁରେ ମାମଲା ରୁଜୁ

Published By : Anindita Ratha | June 19, 2025 11:39 AM

ମୁମ୍ବାଇ,୧୯/୦୬:ଓଟିଟି ରିଲିଜ ପରେ ଅଡୁଆରେ' କେସରୀ ଚାପ୍ଟର ୨'। ପଶ୍ଚିମବଙ୍ଗରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।  ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଐତିହାସିକ ତଥ୍ୟକୁ ବିକୃତ କରାଯାଇଥିବା ଅଭିଯୋଗରେ ରୁଜୁ ହୋଇଛି ଏହି ମାମଲା । ସେକ୍ଟର ୪ର ନବପଲ୍ଲୀର ବାସିନ୍ଦା ରଣଜିତ୍ ବିଶ୍ୱାସ ଏହି ଅଭିଯୋଗ ଦାଖଲ କରିଛନ୍ତି । 

ସେ କହିଛନ୍ତି ଯେ, ମୁଜାଫରପୁର ଷଡ଼ଯନ୍ତ୍ର ମାମଲା ସହିତ ଜଡ଼ିତ ଏକ କୋର୍ଟ ରୁମ୍ ସିନ୍ ସମୟରେ ଫିଲ୍ମରେ ବିପ୍ଳବୀ ଖୁଦିରାମ ବୋଷ୍ ଏବଂ ବରିନ୍ଦ୍ର କୁମାର ଘୋଷଙ୍କୁ ଭୁଲ ଭାବରେ ଦର୍ଶାଯାଇଛି । ବିଶ୍ୱାସଙ୍କ ଅଭିଯୋଗ ଅନୁଯାୟୀ,ଫିଲ୍ମରେ ସେମାନଙ୍କୁ ଅମୃତସରର 'ଖୁଦିରାମ ସିଂହ' ଏବଂ 'ବୀରେନ୍ଦ୍ର କୁମାର' ଭାବରେ ଦର୍ଶାଯାଇଛି । ଫାଶୀ ଦିଆଯାଇଥିଲେ ମଧ୍ୟ ବିପ୍ଳବୀମାନଙ୍କ ନାମକୁ ଭୁଲ ଭାବରେ ଉପସ୍ଥାପନ କରିବା ସେମାନଙ୍କ ପ୍ରତି ଅପମାନ । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଏହି ଜିନିଷଗୁଡ଼ିକ ଭୁଲ ସୂଚନା ପ୍ରସାରଣ କରେ ଏବଂ ଲଢ଼େଇକୁ ପ୍ରୋତ୍ସାହିତ କରେ । ଅଭିଯୋଗ ଆଧାରରେ, ପୋଲିସ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୨,୩୫୩(୧), ଏବଂ ୩୫୩(୨)  ଅନୁଯାୟୀ ଏକ ମାମଲା ରୁଜୁ କରିଛି । 

ତେବେ 'କେସରୀ ଚାପ୍ଟର ୨'ରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ସହିତ ଆର ମାଧବନ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମଟି ଅମୃତସରର ଜାଲିଆନାୱାଲା ବାଗ ଘଟଣାର ଉପରେ ଆଧାରିତ ଯାହାର ନିର୍ଦ୍ଦେଶନା କରଣ ସିଂହ ତ୍ୟାଗୀ ଦେଇଛନ୍ତି । ଏହି ଫିଲ୍ମଟି ୧୮ ଏପ୍ରିଲରେ ସିନେମା ହଲରେ ମୁକ୍ତିଲାଭ କରିଥିଲା । 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.