ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଶିକାର ପାଇଁ ବାନ୍ଧିଥିବା ବିଦ୍ୟୁତ୍ ତାରରେ ଲାଗି ଶିକାରୀ ମୃତ

Published By : Harapriya Sethi | June 18, 2025 1:43 PM

ଭଞ୍ଜନଗର,୧୮/୦୬: ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍‌ ତାର । ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଷରେ ଆସି ଚାଲିଗଲା ଶିକାରୀଙ୍କ ଜୀବନ । ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ଚାଞ୍ଚରାପଲ୍ଲୀର ସୁରଥ ପ୍ରଧାନ (୪୫ ବର୍ଷ) । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେଞ୍ଜ ଅନ୍ତର୍ଗତ ତାରା ସିଂ ଥାନା ଅନ୍ତର୍ଗତ ଚାଞ୍ଚରାପଲ୍ଲୀ ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସୁରଥ ତାର ଅନ୍ୟ ୨ ଜଣ ସହଯୋଗୀଙ୍କୁ ନେଇ ଗାଁ ପାଖ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ପାଖାପାଖି ୮୦ ଫୁଟ୍ ବିଦ୍ୟୁତ୍ ତାର ବାନ୍ଧିଥିଲେ । ସେଥିରେ ନିକଟରେ ଯାଇଥିବା ୧୧କେଭି ଲାଇନ୍‌ରୁ ବିଦ୍ୟୁତ୍ ସଂଯୋଗ କରିଥିଲେ । ଶିକାର ପାଇଁ ବନ୍ଧା ଯାଇଥିବା ତାରରେ ବିଦ୍ୟୁତ୍ ସଂଯୋଗ ହୋଇଛି କି ନାହିଁ, ତାହା ପରୀକ୍ଷା କଲା ବେଳେ ସୁରଥ ବିଦ୍ୟୁତ୍‌ ତାରରେ ଲାଗି ଯାଇଥିଲେ । ଏହା ଦେଖି ଅନ୍ୟ ୨ଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଡିଏଫଓ ମହାନ୍ତି ସୂଚନା ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ବୁଧବାର ସକାଳେ ଜଣାପଡ଼ିବା ପରେ ବନବିଭାଗ କର୍ମଚାରୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଏହି ଘଟଣାକୁ ନେଇ ସମ୍ପୁକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଥିବା ସୂଚନା ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.