ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା

Published By : Bijay Swain | June 16, 2025 11:11 PM

ବ୍ରହ୍ମପୁର,୧୬/୦୬: ପାରିବାରିକ କଳହର କରୁଣ ପରିଣତି l ପତ୍ନୀଙ୍କୁ ହାଣି କ୍ଷତାକ୍ତ କରିବା ପରେ ସ୍ୱାମୀ କଲା ଆତ୍ମହତ୍ୟା l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରାମଚନ୍ଦ୍ରପୁର କଇଠିରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ପାରିବାରିକ କଳହକୁ କେନ୍ଦ୍ରକରି କାଇଠିରା ଗ୍ରାମର ଏମ. ସୁବାଷ ରେଡ଼ୀ ତାଙ୍କ ପତ୍ନୀ ଏମ. ଯମୁନା ରେଡ଼ୀଙ୍କୁ ଧାରୁଆ ପନିକିରେ ଆକ୍ରମଣ କରିବା ପରେ ସୁବାଷ ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି l 

ସୂଚନା ଅନୁସାରେ କୌଣସି ଏକ ପାରିବାରିକ କାରଣକୁ ନେଇ ଯମୁନା ଏବଂ ତାଙ୍କ ସ୍ୱାମୀ ସୁବାଷଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ କଥା କଟାକଟି ହୋଇଥିଲା l ପରେ ଏହା ଉଗ୍ର ରୂପ ନେବା ସହ ସୁବାଷ ଘରେ ରହିଥିବା ଗୋଟିଏ ଧାରୁଆ ପନିକିରେ ପତ୍ନୀଙ୍କ ଉପରକୁ ଆକ୍ରମଣ କରିଥିଲେ l ଏହି ଆକ୍ରମଣରେ ଯମୁନାଙ୍କ ବେକ, ମୁଣ୍ଡ, ମୁହଁ, ହାତରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଗୁରୁତର ହୋଇ ଘରେ ପଡି ରହିଥିଲେ l ସାହି ପଡୋଶୀ ତାଙ୍କୁ ସେଠାରୁ ଉଧାରକରି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l 

ଅନ୍ୟପଟେ ପତ୍ନୀଙ୍କୁ ଆକ୍ରମଣ ପରେ ସୁବାଷ ନିଜ ବାଡ଼ି ଘରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ l ଦୀର୍ଘ ସମୟ ଧରି ସୁବାଷ ଘରୁ ବାହାରକୁ ନଆସିବା କାରଣରୁ ସାହି ପଡୋଶୀ ଘରେ ସୁବାଷଙ୍କୁ ଖୁଲନ୍ତା ଅବସ୍ଥାରେ ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ l ଧରାକୋଟ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଉଧାରକରୀ ଆସିକା ମେଡିକାଲରେ ଭର୍ତି କରିଥିବା ବେଳେ ଏନେଇ ମୃତକଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ ଚଳାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.