ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦ୍ୱିତୀୟ ଦିନରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଏକାଧିକ ଠିକଣାରେ ରେଡ୍; ଛାନ୍‌ଭିନ୍‌ କରୁଛି ଆୟକର ବିଭାଗ

Published By : Harapriya Sethi | June 20, 2025 10:46 AM

ଝାରସୁଗୁଡ଼ା,୨୦/୦୬: ଦ୍ୱିତୀୟ ଦିନରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢ଼ାଉ ଜାରି । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ସ୍ଥିତ ଏକାଧିକ ଠିକଣାରେ ପହଞ୍ଚି ଛାନଭିନ୍ ଚଳାଇଛି ଆଇଟି ଟିମ୍ । ଏପଟେ ଝାରସୁଗୁଡ଼ା ସ୍ଥିତ ବାସଭବନରେ ଗତକାଲି ଠାରୁ ରେଡ୍ ଜାରି ରହିଛି  । ଏହି ଚଢ଼ାଉରେ ଆୟକର ବିଭାଗର ୧୦ଜଣ ଅଧିକାରୀ ସାମିଲ ହୋଇଛନ୍ତି ।

ଆଜି ସକାଳୁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଥିବା ସ୍ବର୍ଗତ ନବ ଦାସଙ୍କ ଭିନ୍ନ ଭିନ୍ନ ଠିକଣାରେ ପହଞ୍ଚି ଯାଞ୍ଚ କରୁଛି ଆୟକର ବିଭାଗ । ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ାଉ ହୋଇଥିଲା ।

ସୁନ୍ଦରଗଡରେ ସ୍ୱର୍ଗତ ଦାସଙ୍କ ବ୍ୟାବସାୟିକ ବନ୍ଧୁ ତଥା ସୁନ୍ଦରଗଡ଼ ମାତାରାଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘରେ ଛାନଭିନ୍ ଚାଲିଛି । କୁହାଯାଉଛି, ଯେ ନବଙ୍କ ପୁଅ କରିଥିବା ବେନାମୀ କମ୍ପାନୀରେ ସଞ୍ଜୟ କୁଆଡେ ନିବେଶ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.