ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି

Published By : Rasmita Pradhan | June 11, 2025 7:38 AM

ଭୁବନେଶ୍ୱର,୧୧/୬ : ପାର୍ଟ ପ୍ଲଟ୍‌ ବିକ୍ରି ପାଇଁ ବାଟ ଫିଟିଛି । ଖାଲି ପାର୍ଟ ପ୍ଲଟ୍‌ ନୁହେଁ, ଚାଷ ଜମି ବିକ୍ରି ଉପରୁ ମଧ୍ୟ କଟକଣା ହଟାଇ ଦେଇଛନ୍ତି ସରକାର । ଏଣିକି ସବୁ ଚାଷ ଜମି ବିକ୍ରି ହୋଇପାରିବ । କିନ୍ତୁ ଏହାକୁ କେବଳ ଚାଷ କରିବା ଉଦ୍ଦେଶ୍ୟରେ ବ୍ୟବହାର ହେବ । ଏହାସହିତ ପରିବାର ଭିତରେ ବା ଭାଇ-ଭାଇ ଭିତରେ ଜାଗା ବଣ୍ଟା ହେଲେ ଆଉ ସବ୍‌ ଡିଭିଜନ ଲେ- ଆଉଟ ଦରକାର ପଡ଼ିବନି । ପୂର୍ବରୁ ଥିବା ବ୍ୟବସ୍ଥାରେ ସଂଶୋଧନ ଆଣି ସାନି ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । 

ନୂଆ ସଂଶୋଧନ ଅନୁସାରେ, ଏଣିକି ଥରକରେ ୫୦୦ ବର୍ଗ ମିଟର ବା ୫୩୮୨ ବର୍ଗଫୁଟରୁ କମ୍‌ ଜାଗାକୁ ବିକ୍ରି କରି ହେବ । ଏଥିପାଇଁ କୌଣସି ଲେ ଆଉଟ ଅନୁମୋଦନ ଦରକାର ପଡ଼ିବନି । ଉଦାହରଣ ଭାବେ ଯଦି ଜଣେ ୨୦ ହଜାର ବର୍ଗଫୁଟ ଜାଗାରୁ ଏକ ସବ୍‌ ପ୍ଲଟ୍‌ ବା ୫୩୮୨ ବର୍ଗଫୁଟରୁ କମ୍‌ ଜାଗା ବିକ୍ରି କରିବାକୁ ଚାହୁଁଛି ତେବେ ସେଥିପାଇଁ ଲେ ଆଉଟ ଅନୁମୋଦନ ଦରକାର ପଡ଼ିବନି । ପ୍ରଥମଥର ବା ଗୋଟିଏ ଥର ଜମି ବିକ୍ରି ପାଇଁ ଏହି କଟକଣା କୋହଳ ହେବ । କିନ୍ତୁ ପରେ ବାକି ଜାଗା ବିକ୍ରି କରିବାକୁ ଚାହିଁଲେ ଲେ ଆଉଟ ଅନୁମୋଦନ ଆଣିବାକୁ ହେବ । 

ସେହିଭଳି ପୂର୍ବରୁ ଚାଷ ଜମି ବିକ୍ରି କରିବାକୁ ଲୋକେ ନାକେଦମ ହେଉଥିଲେ । ଚାଷ ଜମି ବିକ୍ରିକୁ ନେଇ ବିଡିଏର କଟକଣା ଯୋଗୁ ସବ୍‌ ରେଜିଷ୍ଟ୍ରାର ଜମି ବିକ୍ରିକୁ ଅନୁମତି ଦେଉନଥିଲେ । ଏବେ ଏହି ନିୟମରେ ସଂଶୋଧନ ଅଣାଯାଇଛି । ଏଣିକି ଚାଷ ଜମି ବିକ୍ରି ହୋଇପାରିବ । ଚାଷ ଜମିକୁ ଚାଷ କରିବା ଉଦ୍ଦେଶ୍ୟରେ ଭାଗ କରି ବିକ୍ରି କରିହେବ । କିନ୍ତୁ ଏହାକୁ ଘର କରିବା ବା ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିହେବନି । ହଁ ଚାଷ ଜମିର କିସମ ପରିବର୍ତ୍ତନ କରି ଏହାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଚାହିଁଲେ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ଆବେଦନ କରିବାକୁ ହେବ । ପରିବାର ଭିତରେ ଜାଗା ବଣ୍ଟା ହେଲେ ଏଥିପାଇଁ କୌଣସି ଅନୁମତି ନେବାକୁ ପଡ଼ିବନି ବା ବଣ୍ଟା ହୋଇଥିବା ଜାଗା (ସବ୍‌ଡିଭିଜନ ପ୍ଲଟ୍‌) ପାଇଁ ଲେ-ଆଉଟ ଅନୁମୋଦନ ଦରକାର ପଡ଼ିବନି । 

ସେହିପରି ଗୋଟିଏ ଜାଗାକୁ ଯଦି ୫ ଜଣ କିଣିଥିବେ ଓ ସେହି ଜାଗା ୫୦୦ ବର୍ଗ ମିଟରରୁ କମ୍‌ ଥିବ ତାହା ଭାଗ ହୋଇପାରିବ । ଗ୍ରୁପ ଅଫ ପିପୁଲ ବା କିଛି ଲୋକ ଏକାଠି ହୋଇ ଜାଗା ଭାଗ କରି ବିକ୍ରି କରିବାକୁ ଚାହୁଁଥିଲେ ସେହି ଜାଗାକୁ ବିକ୍ରି କରିପାରିବେ । କିନ୍ତୁ ଏହି ଜାଗା ୫୩୮୨ ବର୍ଗ ଫୁଟରୁ ଅଧିକ ହୋଇନଥିବା ଜରୁରୀ । ରେଗୁଲାରାଇଜ୍‌ ବା ନିୟମିତ ହୋଇନଥିବା ବେଆଇନ ସବ୍‌ ପ୍ଲଟ୍‌କୁ ଆଇନ ମୁତାବକ ନିୟମିତ କରିବାକୁ ଅନେକ ବ୍ୟବସ୍ଥା ଅଣାଯାଇଛି । ଯଦି ପୂର୍ବରୁ କୌଣସି ଜମି ଲେ-ଆଉଟ ଅନୁମୋଦନ ବିନା ବିକ୍ରି ହୋଇଛି ତେବେ ଏହାକୁ ନିୟମିତ କରିବାକୁ ନିୟମ କୋହଳ କରାଯାଇଛି । ୫୦୦ ବର୍ଗମିଟରରୁ ଅଧିକ ଥିବା ଜମି ପାଖରେ ୬ ମିଟର ବା ୨୦ ଫୁଟ ରାସ୍ତା ଥିଲେ ବେଞ୍ଚ ମାର୍କ ଭାଲ୍ୟୁର ୧୦% କମ୍ପାଉଣ୍ଡିଂ ଫି’ ଦେବାକୁ ହେବ । କମ୍ପାଉଣ୍ଡିଂ ଫି’ ଦାଖଲ କଲେ ଯାଇ ଜାଗା ନିୟମିତ ହୋଇପାରିବ । 

ସେହିଭଳି ୫୦୦ ବର୍ଗମିଟରରୁ ଛୋଟ ଥିବା ଜମି ପାଖରେ ୬ ମିଟର ବା ୨୦ ଫୁଟ ରାସ୍ତା ଥିଲେ ଏହାକୁ ନିୟମିତ କରିବା ପାଇଁ ୫% କମ୍ପାଉଣ୍ଡିଂ ଫି’ ଦେବାକୁ ପଡ଼ିବ । କିନ୍ତୁ ଏହା ଜଙ୍ଗଲ ଜମି ହୋଇଥିଲେ ବା ଏହା ସିଆରଜେଡ୍‌ ଓ ଡେଭଲପ୍‌ମେଣ୍ଟ ପ୍ଲାନ/ସିଡିପିର ବିରୁଦ୍ଧାଚରଣ କରୁଥିଲେ ଏହାକୁ ନିୟମିତ କରିହେବନି । ତେବେ ଆଜିର ବିଜ୍ଞପ୍ତି ଆସିବା ଆଗରୁ ଯେଉଁ ଜମି ନିୟମିତ ହୋଇସାରିଛି ସେଥିରେ ସରକାର ଆଉ ହସ୍ତକ୍ଷେପ କରିବେନି ବୋଲି ସ୍ପଷ୍ଟ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଯୋଜନା ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍‌) ନିୟମ, ୨୦୨୫ ଦ୍ୱିତୀୟ ସଂଶୋଧନ ବିଲ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଲ୍‌ ଅନୁସାରେ ଏଣିକି ପାର୍ଟ ପ୍ଲଟ ବିକ୍ରି କରି ହେବ । କିନ୍ତୁ ପାର୍ଟ ପ୍ଲଟ୍‌ ବା ସବ୍‌ ପ୍ଲଟରେ ବିକ୍ରି ହୋଇଥିବା ଜାଗାକୁ ରିଅଲ ଇଷ୍ଟେଟ୍‌ ଉଦ୍ଦେଶ୍ୟରେ ବ୍ୟବହାର କରିହେବନି ବୋଲି କଡ଼ା ନିୟମ ରହିଛି । ଇଡ୍‌କୋ ଅଧୀନରେ ଆସୁଥିବା ଶିଳ୍ପାଞ୍ଚଳରେ ଇଡ୍‌କୋ ହିଁ ପ୍ଲାନ୍‌ ଅନୁମୋଦନ ଦେବ । ଏଥିପାଇଁ ଇଡ୍‌କୋକୁ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟି ଭାବେ ଘୋଷଣା କରାଯାଇଛି । ଏଣିକି ଇଡ୍‌କୋ ଅଧୀନରେ ଯେଉଁ ସବୁ ଜାଗା ରହିଛି, ସେ ହିଁ ତାର ଲେ-ଆଉଟ୍‌ ଓ ପ୍ଲାନିଂ ଅନୁମୋଦନ ଦେବ । ଏହି ଜାଗାରେ ଉନ୍ନୟନ କର୍ତ୍ତୃପକ୍ଷ ମୁଣ୍ଡ ପୂରାଇବନି । 

ନୂଆ ଚିଠା ନିୟମରେ ପାର୍କିଂକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ରୁଲ୍‌ ୩୭ ସବ୍‌ ରୁଲ-୧ ଅନୁସାରେ ସପିଂ ମଲ, ମଲ୍ଟିପ୍ଲେକ୍ସ, ସିନେମା ହଲ, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ, ସ୍ପୋର୍ଟ କମ୍ପେ୍ଲକ୍ସ ଫ୍ଲୋର ଏରିଆ ରେସିଓ ୫୦ ରଖାଯାଇଛି । ଆବାସିକ ଗୃହ, ଆବାସ ପ୍ରକଳ୍ପ, ଗେଷ୍ଟ ହାଉସ, ଧର୍ମଶାଳା, ହୋଟେଲ, ବ୍ୟାଙ୍କ, କର୍ପୋରେଟ ଅଫିସ, ମାର୍କେଟ, ଷ୍ଟୋର ଗୁଡିକ ୩୦% ଜାଗା ଛାଡ଼ିବେ । ଗୋଦାମ ଗୃହ ପାଇଁ ୨% ଏବଂ ଶିଳ୍ପାଞ୍ଚଳ ୮% ଜାଗା ଛାଡିବେ । ଏହି ସଂଶୋଧନ ରାଜ୍ୟର ସ୍ୱତନ୍ତ୍ର ଓ ବହୁ ମହଲା ବିଶିଷ୍ଟ ଶିଳ୍ପ କୋଠା, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ଆଇଟି ଓ ଆଇଟିଇଏସ୍‌ ଉଦ୍ୟୋଗ ପାଇଁ ଆଶ୍ୱସ୍ତି ଆଣିଛି । କାରଖାନା ଏବଂ ଆଇଟି ପାଇଁ ବେସ୍‌ ଫ୍ଲୋର ଏରିଆ ରେସିଓ (ଏଫ୍‌ଏଆର୍‌) ବଢ଼ାଯାଇଛି । କାରଖାନାଗୁଡ଼ିକ ପୂର୍ବ ତୁଳନାରେ ଦୁଇ ଗୁଣା ୟୁନିଟ୍‌ ରଖିପାରିବେ ଓ ଆଇଟି ଉଦ୍ୟୋଗମାନେ କମ୍‌ ସଂଖ୍ୟକ ମହଲାରେ ଅଧିକ ନିର୍ମାଣ କରିପାରିବେ ବୋଲି ସଂଶୋଧିତ ବିଜ୍ଞପ୍ତିରେ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.