ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଏମ୍‌କେସିଜିରେ ପୁଣି ରାଗିଂ ଅଭିଯୋଗ: ୨ ହାଉସ୍‌ ସର୍ଜନ୍‌ଙ୍କୁ ୨୫ ହଜାର ଲେଖାଏଁ ଜରିମାନା

Published By : Prameya | June 3, 2025 11:31 AM

ବ୍ରହ୍ମପୁର, ୦୩/୦୬: ଏମ୍‌କେସିଜି  ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି  ରାଗିଂ ଅଭିଯୋଗ । ଏମ୍‌ବିବିଏସ୍‌ ୪ର୍ଥ  ବର୍ଷ ଛାତ୍ରଙ୍କୁ ଦୁଇ ଜଣ ହାଉସ ସର୍ଜନ୍‌  (ଏଚ୍‌ଏସ୍‌) ରାଗିଂ କରିଥିବା ଅଭିଯୋଗ  ହୋଇଛି । ଏହାକୁ ନେଇ ଦୁଇ ଏଚ୍‌ଏସ୍‌ଙ୍କୁ  ୨୫ ହଜାର ଲେଖାଏଁ ଜରିମାନା ଦେବାକୁ  ଚିଠି କରାଯାଇଥିବା କହିଛନ୍ତି ଡିନ୍‌  ପ୍ରଫେସର ଡା. ସୁଚିତ୍ରା ଦାଶ ।

ସେ  କହିଛନ୍ତି, ଚତୁର୍ଥ ବର୍ଷ ଛାତ୍ର କାହିଁକି  ନମସ୍କାର କରୁନାହାନ୍ତି ଏବଂ କାହିଁକି  ସମ୍ମାନ ଦେଉନାହାନ୍ତି ବୋଲି ଦୁଇ ଜଣ  ଏଚ୍‌ଏସ୍‌ ତାଙ୍କୁ ପଚାରିଥିଲେ । ଏ ନେଇ  ପାଟିତୁଣ୍ଡ ହୋଇଥିଲା । ଯଦିଓ ପରବର୍ତ୍ତୀ  ସମୟରେ ସେମାନଙ୍କ ବୁଝାମଣା  ହୋଇଥିଲା କିନ୍ତୁ ଗତ ୧୩ ତାରିଖରେ  ଆଣ୍ଟି ରାଗିଂ ସେଲ୍‌ ଦିଲ୍ଲୀରୁ ଏକ ଚିଠି  ଆସିଥିଲା । ସେଥିରେ ଏହି ଅଭିଯୋଗ  ସମ୍ପର୍କରେ ଲେଖାଥିଲା । ସୋମବାର  ଡିନ୍‌ଙ୍କ ଅଧ୍ୟକ୍ଷତାରେ ଏମ୍‌କେସିଜି ଆଣ୍ଟି  ରାଗିଂ ସେଲ୍‌ ବୈଠକ ହୋଇଥିଲା ।  

ଅଭିଯୋଗକାରୀ ଛାତ୍ରଙ୍କୁ ଡାକି ଘଟଣା  ସମ୍ପର୍କରେ ପୁଣି ପଚରା ଯାଇଥିଲା ।  ସେ ଆଣ୍ଟି ରାଗିଂ ସେଲ୍‌ରେ କୌଣସି  ଅଭିଯୋଗ କରିନଥିବା କହିଥିଲେ ।  ଯେହେତୁ ସେହି ଘଟଣାକୁ ନେଇ ଆଣ୍ଟି  ରାଗିଂ ସେଲ୍‌ରୁ ଚିଠି ଆସିଥିଲା, ତେଣୁ  ତଦନ୍ତ କରି ସମ୍ପୃକ୍ତ ଦୁଇ ଏଚ୍‌ଏସ୍‌ଙ୍କୁ  ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଆଇନ ଅନୁସାରେ ସେମାନଙ୍କ ଉପରେ  ଯାହା କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ  ରହିଛି ତାହା ନିଆଯିବ । ଏଥିସହ ସମ୍ପୃକ୍ତ  ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଦେଖିବାକୁ  ପୁଲିସକୁ ଅନୁରୋଧ କରାଯାଇଛି । ଯେଉଁ  ଦୁଇ ଜଣ ଏଚ୍‌ଏସ୍‌ଙ୍କ ବିରୋଧରେ ରାଗିଂ  ଅଭିଯୋଗ ଆସିଛି ସେମାନେ ବି ଦୋଷ  ସ୍ୱୀକାର କରିଛନ୍ତି । ଭବିଷ୍ୟତରେ ଏଭଳି  ନ କରିବାକୁ ଲିଖିତ ଭାବେ ଜଣାଇଛନ୍ତି । 

ସୂଚନାଯୋଗ୍ୟ ଯେ, ଦେଶର ସରକାରୀ  ମେଡିକାଲ କଲେଜରେ ରାଗିଂରେ ୧  ନମ୍ବରରେ ରହିଛି ଏମ୍‌କେସିଜି ମେଡିକାଲ  କଲେଜ । ଗତ ୩ ବର୍ଷ ମଧ୍ୟରେ  ଏମ୍‌କେସିଜିରୁ ସର୍ବାଧିକ ୨୫ଟି ରାଗିଂ  ଅଭିଯୋଗ ହୋଇଛି । ଏହାର ସମାଧାନ  ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଡିନ୍‌ଙ୍କୁ ପଚରାଯିବାରେ ସେ  କହିଛନ୍ତି, କିଛି ମିଛ ଅଭିଯୋଗ ମଧ୍ୟ  ହେଉଛି । ତଦନ୍ତ ସମୟରେ କେହି  ଅଭିଯୋଗକାରୀ ଆସୁନାହାନ୍ତି । କଲେଜ  ପକ୍ଷରୁ ରାଗିଂକୁ ନେଇ ସଚେତନ  କରାଯାଉଛି ଏବଂ ରାଗିଂର ପ୍ରମାଣ  ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.