ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜୁଲାଇ ୫ରେ ଏନ୍‌ସି କ୍ଲାସିକ୍‌, ଘରୋଇ ମାଟିରେ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ନୀରଜ ଚୋପ୍ରା

Published By : Prameya | June 17, 2025 10:40 AM

ନୂଆଦିଲ୍ଲୀ,୧୭/୦୭: ବେଙ୍ଗାଲୁରୁ ଶ୍ରୀ କାନ୍ତିରବ ଷ୍ଟାଡିୟମରେ ଆସନ୍ତା ୫ ତାରିଖରେ ଆୟୋଜିତ ହେବାକୁ  ଯାଉଛି ନୀରଜ ଚୋପ୍ରା (ଏନ୍‌ସି) କ୍ଲାସିକର ପ୍ରଥମ  ସଂସ୍କରଣ । ପ୍ରକୃତରେ ଏହା ମେ’ ୨୪ ତାରିଖରେ ଆୟୋଜିତ  ହେବାର ଥିଲା । ମାତ୍ର ଭାରତ-ପାକିସ୍ତାନ ମଧ୍ୟରେ ସୀମାରେ  ଉତ୍ତେଜନା ଯୋଗୁ ପ୍ରତିଯୋଗିତାର ପୁନଃସୂଚୀ କରାଯାଇଥିଲା ।  

ଅଲିମ୍ପିଆନ ନୀରଜ ଏହି ପ୍ରତିଯୋଗିତାକୁ ନେଇ ବେଶ  ଉତ୍ସାହିତ ରହିଛନ୍ତି । ଘରୋଇ ମାଟିରେ ସ୍ୱର୍ଣ୍ଣ ଜିତିବାକୁ  ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି, ‘ଏକଦା ମୋର ସ୍ୱପ୍ନ ଥିଲା,  ବିଶ୍ୱବାସୀଙ୍କ ସାମ୍ନାରେ ଆମ ଜାତୀୟ ପତାକାକୁ ଶୀର୍ଷକୁ  ନେବା । ଏବେବି ସେ ସ୍ୱପ୍ନ ରହିଛି । କିନ୍ତୁ ମଞ୍ଚ ପରିବର୍ତ୍ତନ ହୋଇଛି । ଏଥର ନିଜର ଘରୋଇ ମାଟିରେ, ନିଜ ଲୋକମାନଙ୍କ  ସାମ୍ନାରେ ଜାତୀୟ ପତାକାକୁ ଶୀର୍ଷରେ ଉଡ଼ାଇବାକୁ ଚାହେଁ । ବିଶ୍ୱର ଶ୍ରେଷ୍ଠ ଜାଭେଲିନ ଫିଙ୍ଗାଳିମାନେ ଏଠାକୁ ଆସିବେ  ଏବଂ ନୂଆ ଚାମ୍ପିଅନ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.