ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଇତିହାସ ରଚିଲେ ସୁନାପୁଅ ନୀରଜ ଚୋପ୍ରା; ଜୁଲିୟନ ୱେବରଙ୍କୁ ହରାଇ ଜିତିଲେ ପ୍ୟାରିସ୍‌ ଡାଇମଣ୍ଡ ଲିଗ୍‌

Published By : Ankita S | June 21, 2025 11:51 AM

ନୂଆଦିଲ୍ଲୀ,୨୧/୦୬: ବିଦେଶ ମାଟିରେ ଉଡିଲା ତ୍ରିରଙ୍ଗା । ଇତିହାସ ରଚିଲେ ଦେଶର ଷ୍ଟାର ଜାଭଲିନ୍ ଫିଙ୍ଗାଳୀ ନୀରଜ ଚୋପ୍ରା । ବଡ଼ ପ୍ରତିନ୍ଦନ୍ଦୀ ଜୁଲିୟନ ୱେବରଙ୍କୁ ହରାଇ ପ୍ରଥମ ପ୍ୟାରିସ୍‌ ଡାଇମଣ୍ଡ ଲିଗ୍ ଜିତିଛନ୍ତି ନୀରଜ । ଚଳିତ ପ୍ୟାରିସ୍ ଡାଇମଣ୍ଡ ଲିଗ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା । ୮୮.୧୬ ମିଟର ଜାଭଲିନ୍‌ ଫିଙ୍ଗିବା ସହିତ ଜର୍ମାନୀର ଜୁଲିୟନ ୱେବରଙ୍କୁ ପଛରେ ପକାଇଛନ୍ତି । ଜୁଲିୟନଙ୍କଠୁ ପୂର୍ବରୁ ଦୁଇ ମୁକାବିଲା ହାରିଥିଲେ ପ୍ୟାରିସ୍ ଡାଇମଣ୍ଡରେ ତାଙ୍କୁ ପରାସ୍ତ କରି ପ୍ରତିଶୋଧ ନେଇଛନ୍ତି ନୀରଜ ।

ଭାରତର ଷ୍ଚାର ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା ପ୍ୟାରିସ୍ ଡାଇମଣ୍ଡ ଲିଗ୍ ୨୦୨୫ ପୁରୁଷ ଜାଭଲିନ୍‌ ଥ୍ରୋରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଶୁକ୍ରବାର ପ୍ୟାରିସ୍‌ରେ ଅନୁଷ୍ଠିତ ଇଭେଣ୍ଟରେ ନୀରଜ ତାଙ୍କ ନିକଟତର ପ୍ରତିନ୍ଦ୍ବନ୍ଦୀ ଜର୍ମାନୀର ଜୁଲିୟନ ୱେବରଙ୍କୁ ପରାସ୍ତ କରିଛନ୍ତି । ନୀରଜ ଗତ ଦୁଇ ଟୁର୍ଣ୍ଣାମେଣ୍ଟରେ ୱେବରଙ୍କଠୁ ପରାସ୍ତ ହୋଇଥିଲେ । ଏବେ ଜୁଲିୟନଙ୍କୁ ହରାଇ ପୂର୍ବ ପ୍ରତିଶୋଧ ନେଇଛନ୍ତି । ପ୍ୟାରିସ୍ ଡାଇମଣ୍ଡ ଲିଗ୍‌ରେ ପ୍ରଥମ ପ୍ରୟାସରେ ୮୮.୧୬ ମିଟର ଥ୍ରୋ କରିଥିଲେ । ଏହି ଥ୍ରୋ ବଳରେ ସେ ଶେଷ ଯାଏ ଆଗୁଆ ରହିଥିଲେ । ଦ୍ବିତୀୟ ପ୍ରୟାସରେ ୮୫.୧୦ ମିଟର ଥ୍ରୋ କରିଥିଲେ । ତୃତୀୟ, ଚତୁର୍ଥ ଓ ପଞ୍ଚମ ଥ୍ରୋ ଫାଉଲ୍ ହୋଇଥିଲା । ଷଷ୍ଠ ଥ୍ରୋ ୮୨.୮୯ ମିଟର ରହିଥିଲା ।

ଜର୍ମାନୀର ଜୁଲିୟନ ୱେବର ପ୍ରଥମ ପ୍ରୟାସରେ ୮୭.୮୮ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ସେହିପରି ତାଙ୍କର ଦ୍ବିତୀୟ ଥ୍ରୋ ୮୬.୨୦ ମିଟର ଥିଲା । ତୃତୀୟ ଥ୍ରୋ ୮୨.୦୩ ମିଟର, ଚତୁର୍ଥ ୮୩.୧୩ ମିଟର, ପଞ୍ଚମ ୮୪.୫୪ ମିଟର ଓ ଷଷ୍ଠରେ ୮୧.୦୮ ମିଟର ଥ୍ରୋ କରିଥିଲେ । ବ୍ରାଜିଲର ଲୁଇସ୍‌ ଡା ସିଲଭା ୮୬.୬୨ ମିଟର ଜାଭଲିନ୍ ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି ।

ମେ ୧୬ରେ ଦୋହା ଡାଇମଣ୍ଡ ଲିଗ୍‌ ୨୦୨୫ରେ ଜୁଲିୟନ ୱେବର ନୀରଜଙ୍କୁ ହରାଇଥିଲେ । ତାଙ୍କ ଥ୍ରୋ ୯୧.୦୬ ମିଟର ଥିଲା । ନୀରଜଙ୍କ ଥ୍ରୋ ୯୦.୨୩ ମିଟର ଥିଲା । ସେ ଦ୍ବିତୀୟ ସ୍ଥାନରେ ରହିଥିଲା । ମେ ୨୩ରେ ପୋଲାଣ୍ଡରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଜୁଲିୟନଙ୍କଠୁ ହାରିଥିଲେ ନୀରଜ । ଏଥିରେ ଜୁଲିୟନଙ୍କ ଥ୍ରୋ ୮୬.୧୨ ମିଟର ଥିଲା । ନୀରଜଙ୍କ ଥ୍ରୋ ୮୪.୧୪ ମିଟର ଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.