ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଗୋଟିଏ ମ୍ୟାଚରେ ୩ ସୁପରଓଭର; କ୍ରିକେଟ ଇତିହାସରେ ପ୍ରଥମ, ଜିତିଲା ନେଦରଲାଣ୍ଡସ

Published By : Ankita S | June 18, 2025 1:02 PM

ନୂଆଦିଲ୍ଲୀ,୧୮/୦୬:ସ୍କଟଲାଣ୍ଡ, ନେଦରଲାଣ୍ଡସ ଏବଂ ନେପାଳକୁ ନେଇ ଚାଲିଛି ତ୍ରି-ରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ସିରିଜ । ଗତକାଲି ନେଦରଲାଣ୍ଡସ ଓ ନେପାଳ ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା । ୩ଟି ସୁପର ଓଭରରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଶେଷରେ ନେଦରଲାଣ୍ଡସ ଦଳ ବିଜୟୀ ହେଲା । ନେପାଳ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ନେଦରଲାଣ୍ଡସ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୨ ରନ୍‌ କରିଥିଲା । ବିକ୍ରମଜିତ ସିଂ ୩୦ ଓ ତେଜା ନିଦାମାନୁରା ୩୫ ରନ୍‌ କରିଥିଲେ । ସନ୍ଦୀପ ଲାମିଛାନେ ୩ଟି ୱିକେଟ୍‌ ନେଇଥିଲେ । ଜବାବରେ ନେପାଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୧୫୨ ରନ୍‌ କରିବା ପରେ ମ୍ୟାଚ୍‌ ଟାଏ ହୋଇଥିଲା । 

କୁଶଲ ଭୁର୍ତେଲ ୩୪ ଓ ଅଧିନାୟକ ରୋହିତ ପୌଦେଲ ୪୮ ରନ୍‌ କରିଥିଲେ । ଡାନିଏଲ ଡୋରାମ ୩ଟି ୱିକେଟ୍‌ ନେଇଥିଲେ । ଅନ୍ତିମ ଓଭରରେ ନେପାଳ ୧୬ ରନ୍‌ ଆବଶ୍ୟକ କରୁଥିଲା । ନନ୍ଦନ ଯାଦବ ଓ ସନ୍ଦୀପ ବ୍ୟାଟିଂ ଏହି ଓଭରରେ ୨ଟି ଚୌକା ସହ ୧୫ ରନ୍‌ ସଂଗ୍ରହ କରିଥିଲେ । ପ୍ରଥମ ସୁପର ଓଭରରେ ନେପାଳ ୧ ୱିକେଟ୍‌ରେ ୧୯ ରନ୍‌ କରିଥିଲା । ନେଦରଲାଣ୍ଡସ କୌଣସି ୱିକେଟ୍‌ ନହରାଇ ୧୯ ରନ୍‌ କରିବା ଯୋଗୁ ଦ୍ୱିତୀୟ ସୁପର ଓଭର ଖେଳାଯାଇଥିଲା । 

ଏଥର ନେଦରଲାଣ୍ଡସ ପ୍ରଥମେ ବ୍ୟାଟିଂ କରି ୧ ୱିକେଟ୍‌ରେ ୧୭ ରନ୍‌ କରିଥିଲା । ନେପାଳ କୌଣସି ୱିକେଟ୍‌ ନ ହରାଇ ସମାନ ୧୭ ରନ୍‌ କରିବା ଯୋଗୁ ଖେଳ ତୃତୀୟ ସୁପର ଓଭରକୁ ଯାଇଥିଲା । ତୃତୀୟ ସୁପର ଓଭରରେ ନେପାଳ ୪ ବଲରେ ୨ୱିକେଟ୍‌ ହରାଇ କୌଣସି ରନ୍‌ କରି ନଥିଲା । ନେଦରଲାଣ୍ଡସ ପ୍ରଥମ ବଲରେ ହିଁ ବିଜୟୀ ହୋଇଥିଲା । ଗୋଟିଏ ମ୍ୟାଚ୍‌ରେ ୩ଟି ସୁପର ଓଭର ଖେଳାଯିବା ବିଶ୍ୱ (ପୁରୁଷ) କ୍ରିକେଟ୍‌ରେ ପ୍ରଥମ ଘଟଣା ରହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.