ହରିଚନ୍ଦନପୁର ୧୭/୬(ଆପ୍ର), ସୋମବାର ଶେଷ ରଜରେ ଜଣେ ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଯୁବତୀଙ୍କ ବାଡି ରେ ଥିବା ଏକ ସଜନା ଗଛରେ ଟାଙ୍ଗି ଦିଆଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ନୁଦୁରପଡା-କାଳିଆହତା ରାସ୍ତାର ତେନ୍ତଳାପଶି ଛକରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ହରିଚନ୍ଦନପୁର ତହସିଲଦାର ହିମାଂଶୁ ଶେଖର ପଣ୍ଡା ପଣ୍ଡାପଡା ପୁଲିସ ଟିମ୍ ରହିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ଯାଏ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି।
ଜଣେ ଯୁବତୀଙ୍କୁ କେତେକ ଯୁବକ ସୋମବାର ବିଳମ୍ବିତ ରାତିରେ ଯୁବତୀର ଘର ଠାରୁ ପାଖାପାଖି ୫୦୦ ମିଟର ଦୂରରେ ଦୁଷ୍କର୍ମ କରିଥିଲେ। ଏହା ପରେ ହତ୍ୟା କରି ଯୁବତୀର ଘର ନିକଟରେ ଏକ ବାଡିରେ ଥିବା ସଜନା ଗଛ ରେ ଟାଙ୍ଗି ଦେଇଥିଲେ। ମଙ୍ଗଳବାର ସକାଳୁ ଘଟଣା ଜଣାପଡ଼ିବା ପରେ ଖବର ପାଇଁ ପଣ୍ଡାପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଗ୍ରାମବାସୀ ରାସ୍ତା ଅବରୋଧ କରିଥିବାରୁ ଖବର ପାଇ ହରିଚନ୍ଦନପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।